ପାଣି ପାଇଁ ରାସ୍ତାରେ ଜନତା

0

ପାନୀୟ ଜଳ ସଙ୍କଟ: ରାସ୍ତା ଅବରୋଧ କଲେ ଗାଁ ଲୋକେ
ଗଂଜାମ : ପାନୀୟ ଜଳ ପାଇଁ ରାଜରାସ୍ତାରେ ଲୋକେ । ଶୀତ ଦିନରେ ଜଳ ସଂକଟକୁ ନେଇ ଲୋକଙ୍କର ରାସ୍ତା ଅବରୋଧ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ । ସାନଖେମୁଣ୍ଡିର ଡ଼େଙ୍ଗାଡ଼ି ଗାଁରେ ପାନୀୟ ଜଳ ପାଇଁ ଛଟପଟ ହେଉଛନ୍ତି ଅଞ୍ଚଳବାସୀ । ସ୍ଥିତି ଏମିତି ହୋଇଛି ଯେ, ଖରାଦିନ ନ ଆସୁଣୁ ସେଠାରେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଏହି ସମସ୍ୟାକୁ ନେଇ ଗ୍ରାମବାସୀ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ ।
ତେଣୁ ପାନୀୟ ଜଳ ପାଇଁ ଶେଷରେ ଗ୍ରାମବାସୀ ଧାରଣାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଡ଼େଙ୍ଗାଡ଼ି ଗାଁର ୱାର୍ଡ଼ ନମ୍ବର ଚାରିର ଶତାଧିକ ମହିଳା, ପୁରୁଷଙ୍କ ସହ ଛୋଟ ଛୋଟ ଶିଶୁ ରାସ୍ତା ଉପରେ ବସି ରହିଛନ୍ତି । ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅନ୍ଦୋଳନକାରୀ ।