ଏହି ବ୍ଲଡ ଗୃପର ଲୋକ ଚିକେନ୍ ଓ ମଟନ୍‌ଠାରୁ ଦୂରରେ ରହିବା ଆବଶ୍ୟକ

ଅଧିକାଂଶ ସମୟରେ ଦେଖାଯାଇଥାଏ ପୁଷ୍ଟିକର ଓ ଦାମୀ ଖାଦ୍ୟ ଖାଇବା ପରେ ମଧ୍ୟ କିଛି ଲୋକ ସୁସ୍ଥ ରହିନଥାନ୍ତି। ଏହାପଛରେ ଅନେକ କାରଣ ହୋଇପାରେ, କିନ୍ତୁ ବିଶେଷଜ୍ଞଙ୍କ ମତରେ ବ୍ୟକ୍ତି ଯଦି ନିଜର ବ୍ଲଡ ଗ୍ରୁପ୍ ହିସାବରେ ଆହାର

0

(ଦିଲ୍ଲୀ) : ଅଧିକାଂଶ ସମୟରେ ଦେଖାଯାଇଥାଏ ପୁଷ୍ଟିକର ଓ ଦାମୀ ଖାଦ୍ୟ ଖାଇବା ପରେ ମଧ୍ୟ କିଛି ଲୋକ ସୁସ୍ଥ ରହିନଥାନ୍ତି। ଏହାପଛରେ ଅନେକ କାରଣ ହୋଇପାରେ, କିନ୍ତୁ ବିଶେଷଜ୍ଞଙ୍କ ମତରେ ବ୍ୟକ୍ତି ଯଦି ନିଜର ବ୍ଲଡ ଗ୍ରୁପ୍ ହିସାବରେ ଆହାର ନିଏ ତେବେ ନିଶ୍ଚିତ ଭାବରେ ତା’ର ସ୍ବାସ୍ଥ୍ୟ ଉପରେ ସକାରତ୍ମକ ପ୍ରଭାବ ଦେଖାଯାଇଥାଏ। ବ୍ଲଡ ଗ୍ରୁପ୍ ଆଧାରରେ ନିଆଯାଇଥିବା ଡାଏଟକୁ ଶରୀର ଦୃତ ଗତିରେ ପାଚନ କରିପାରିଥାଏ।

ବ୍ଲଡ ଗ୍ରୁପ୍ ଚାରି ପ୍ରକାର ରହିଥାଏ, ଯେପରିକି O,A,B ଓ AB କୁହାଯାଉଛି ଯେ, ଖାଦ୍ୟ-ପେୟର ବ୍ଲଡଗ୍ରୁପ୍ ସହିତ ସିଧାସଳଖ କନେକ୍ସନ ରହିଥାଏ। ଓ୍ବେବଏମଡିର ଏକ ରିପୋର୍ଟ ଅନୁସାରେ, ଆପଣଙ୍କ ଖାଦ୍ୟ ଖାଇବାର ସମ୍ପର୍କ ସିଧା ଆପଣଙ୍କ ବ୍ଲଡ ଗ୍ରୁପ୍ ଉପରେ ପଡିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ ଚିକେନ୍ ଓ ମଟନ୍‌ଠାରୁ ଦୂରତ୍ବ ରଖିବା ଦରକାର। ‘

A ବ୍ଲଡ ଗ୍ରୁପ୍ ଲୋକଙ୍କ ଇମ୍ୟୁନୁ ସିଷ୍ଟମ ଖୁବ୍ ସମ୍ବେଦନଶୀଳ ରହିଥାଏ, ତେଣୁ ତାଙ୍କୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଦରକାର। ଏହି ଗ୍ରୁପର ଲୋକଙ୍କୁ ମିଟ୍ କମ୍ ଖାଇବା ଦରକାର, କାରଣ ପାଚନ କରିବାରେ ସମୟ ନେଇଥାଏ। ଯଦି ଏହି ବ୍ଲଡ ଗ୍ରୁପ୍ ଲୋକେ ଚିକେନ୍-ମଟନ ଖାଇବା କମ୍ କରନ୍ତୁ। ଗାଜର, ସବୁଜ ପରିବା ପତ୍ର, ନାସପାତି, ଓ ଫଳର ସେବନ କରିବା ଦରକାର।

B ବ୍ଲଡ ଗ୍ରୁପ ଲୋକେ ସବୁଠାରୁ ସେଫ୍‌ ଜୋନ୍‌ରେ ରହିଥାନ୍ତି। ଏହି ବ୍ଲଡ ଗ୍ରୁପ୍ ଲୋକଙ୍କ ପାଇଁ ବିଶେଷ କିଛି ଖାଦ୍ୟ ବାରଣ ନାହିଁ। ଆପଣ ସବୁଜ ପନିପରିବା, ଫଳ, ମାଛ, ମଟନ ଓ ଚିକେନ୍ ସବୁ କିଛି ଖାଇପାରିବେ। ବି ବ୍ଲଡ ଗ୍ରୁପ୍ ଲୋକ କ୍ଷୀର ଓ ଏଥିରେ ତିଆରି ଜିନିଷ, ଅଣ୍ଡା ଆଦି ଭରପୁର ମାତ୍ରାରେ ସେବନ କରିପାରିବେ।

AB ବ୍ଲଡଗ୍ରୁପକୁ ରେୟାର ବୋଲି କୁହାଯାଏ। ଏହି ବ୍ଲଡଗ୍ରୁପ୍ ଖୁବ୍ କମ୍ ଲୋକଙ୍କ ପାଖରେ ଥାଏ। ତାଙ୍କୁ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇବା ଉଚିତ୍। ଆମିଷ ଜିନିଷ ଖୁବ୍ କମ୍ ଖାଇବା ଦରକାର। କ୍ଷୀରରେ ପ୍ରସ୍ତୁତ ଜିନିଷ, ଯେପରିକି ବଟର ମଧ୍ୟ ଖାଇବା ଭଲ।