ନିଶା ନିବାରଣ କେନ୍ଦ୍ରରେ ଭିନ୍ନକ୍ଷମଙ୍କୁ ପାଦ ଚାଟିବାକୁ କଲେ ବାଧ୍ୟ

0

ବାରିପଦା : ନିଶା ନିବାରଣ କେନ୍ଦ୍ରର ମାଲିକ ଅଟକ । ଅବନୀ ପତିଙ୍କୁ ପଚରାଉଚରା କରୁଛି ପୋଲିସ । ନିଶାନିବାରଣ କେନ୍ଦ୍ର ଅନ୍ତେବାସୀଙ୍କୁ ପାଦ ଚଟାଇଥିଲେ ଅବନୀ । ଧମକ ଚମକ ବି ଦେଲେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ନିଶାନିବାରଣ କେନ୍ଦ୍ରରେ । ପୁଣି ବିବାଦ ଘେରରେ ବାରିପଦାର “ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର”। ଜଣେ ଦିଵ୍ୟାଜ୍ଞଙ୍କୁ ମାଡ଼ ମାରିବା ସହ ପାଦ ଚଟାଇବା ଭଳି ଅଭାବନୀୟ ଘଟଣା ଦେଖାଦେଇଛି ଏହି କେନ୍ଦ୍ରରେ । ଏନେଇ ଏକ ଭିଡିଓ ମଧ୍ୟ ଖୁବ ଭାଇରଲ ହେବାରେ ଲାଗିଛି ।

କେନ୍ଦ୍ରର ମୁଖ୍ୟ ଅବନୀ ପତି ଓ ତାଙ୍କ ସହଯୋଗୀ ଜଣେ ଭିନ୍ନକ୍ଷମଙ୍କୁ ମାଡ଼ ମାରିବା ସହ ଜୋତା ଖୋଲି ପାଦ ଚାଟିବାକୁ ବାଧ୍ୟ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ଏହି ସଂସ୍ଥା ନାମରେ ବହୁବାର ନିର୍ଯାତନା ଦେବାର ଅଭିଯୋଗ ଉଠିଥିଲା | ଏପରିକି ମାଡ଼ ମାରି ମାରି ଅନ୍ତେବାସୀଙ୍କୁ ମରିଦେବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ରହିଛି ଏହି ନିଶା ନିବାରଣ କେନ୍ଦ୍ର ନାମରେ।

ଅନ୍ୟପଟେ କେନ୍ଦ୍ରର ମୁଖ୍ୟ ନିଜେ ମଧ୍ୟ ନିଶା ସେବନ କରିବା ଅଭିଯୋଗରେ ଜେଲ ଯାଇଛନ୍ତି। ଏତେ ସବୁ ପରେ ମଧ୍ୟ କିଭଳି ଭାବେ ଏହି କେନ୍ଦ୍ରକୁ ପ୍ରଶାସନ ଅନୁମତି ପ୍ରଦାନ କରୁଛି ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ସଂସ୍ଥା ମୁଖ୍ୟ ଅବନୀ ପତିଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି |