ଭାରତ

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା

(ନୁଆଦିଲ୍ଲୀ): ସୋସିଆଲ ମିଡିଆ ହ୍ୱାଟ୍ସଆପର ନୁଆ ପ୍ରାଇଭେସି ପଲିସି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏହାକୁ ପ୍ରତ୍ୟାହାର କରିବାକୁ ଆବେଦନକାରୀ ଏକ ପିଟିସନ ଦାଏର କରିଛନ୍ତି । ହ୍ୱାଟ୍ସଆପ ଏହାର ୟୁଜରମାନଙ୍କ ତଥ୍ୟକୁ ଫେସବୁକ ସହିତ ସେୟାର କରିବା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନେକ ବଡ ବଡ କମ୍ପାନୀ ଏହି ନୁଆ ଗୋପନୀୟତା ନୀତିକୁ ସମାଲୋଚନା କରିଛନ୍ତି । ଅନେକ ଲୋକେ ଟେଲିଗ୍ରାମ ଆପର ବ୍ୟବହାର କରିବା ଆରମ୍ଭ କଲେଣି । ସୁଚନାଯୋଗ୍ୟ, ହ୍ୱାଟ୍ସଆପ ଏହାର ନୁଆ ପ୍ରାଇଭେସି ପଲିସିକୁ ସହମତି ଜଣାଇବାକୁ ୟୁଜର୍ସମାନଙ୍କୁ ନୋଟିଫିକେସନ ପଠାଇଥିଲା । କିନ୍ତୁ ଏହି ନୁଆ ପଲିସି ଜାରି ହେବା ପରେ ଭାରତରେ ହ୍ୱାଟ୍ସଆପର ଡାଉନଲୋଡ ହ୍ରାସ ପାଇଛି । ଲୋକେ ଟେଲିଗ୍ରାମ ଓ ସିଗନାଲ ଭଳି ଆପ ଡାଉନଲୋଡ କରୁଥିବା ଦେଖିବାକୁ ମିଳୁଛି ।

Related posts

ଆଜି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ ତମ ପୁଣ୍ୟ ଜୟନ୍ତୀ ସମେତ ଶିଶୁଦିବସ ପାଳନ କରୁଛି ଦେଶ

Report

ସହିଦ ପରିବାରଙ୍କୁ କୋଟିଏ ଟଙ୍କା ଦେବେ ଲତା

Report

ନୌସେନ।ର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

Report

Leave a Comment