ପେଟ୍ରୋଲ ଓ ଡିଜେଲ ୫ରୁ ୬ଟଙ୍କା ବୃଦ୍ଧି !

0

ଭାରତ : ନିର୍ବାଚନ ସରିବା ପରେ ଏବେ ସାଧାରଣ ଲୋକଙ୍କୁ ଘାରିପାରେ ଇନ୍ଧନର ଚିନ୍ତା । କାରଣ ଅନ୍ତର୍ଜାତୀୟ ବଜାରରେ ଆକାଶଛୁଆଁ ହୋଇଛି ଅଶୋଧିତ ତେଲ ଦର । ଯାହାର ପ୍ରଭାବ ଖୁବଶୀଘ୍ର ଦେଖିବାକୁ ମିଳିପାରେ ଭାରତୀୟ କୁଚୁରା ବଜାରେ । ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରର ସରକାର ତେଲଦର ବୃଦ୍ଧି କରିନଥିବା ଚର୍ଚ୍ଚା ହେଉଛି । ଗତ କାଲି ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାରୁ ଖୁବ ଶିଘ୍ର ଭାରତୀୟ ବଜାରରେ ତେଲ ବଢିପାରେ ବୋଲି ଆସଙ୍କା ରହିଛି ।
ୟୁକ୍ରେନ ଏବଂ ଋଷର ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପହଞ୍ଚିଛି ୧୩୯ ଡଲାର । ବଡକଥା ହେଉଛି ନଭେମ୍ବର ୪ ପରଠାରୁ ତେଲଦର ବଢାଇ ନଥିଲେ କମ୍ପାନି । ସେତେବେଳେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୮୩ ଡଲାରେ ପହଂଚି ଯାଇଥିଲା । ତେଣୁ କେନ୍ଦ୍ର ସରକାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାକୁ ଟିକେସ କମାଇଥିଲେ । ଫଳରେ ପେଟ୍ରୋଲ ଏବଂ ଡିଜେଲର ଦର ଖୁବ ଶିଘ୍ର ୫ରୁ ୬ ଟଙ୍କା ବଢାଇବାକୁ ଦାବି କରିଛନ୍ତି କେନ୍ଦ୍ର ସରକାର । ତେବେ ହଠାତ୍ ଦରବୃଦ୍ଧି କରାନଯାଇ କ୍ରମଶଃ ବଢାଇ ପାରନ୍ତି ବୋଲି ଆଶଙ୍କା ରହିଛି । ସେହିପରି ଦେଲ ଦର ବଢିବା ସହ ଅନ୍ୟାନ ଜରୁରି ସାମଗ୍ରୀର ଦରମଧ୍ୟ ବୃଦ୍ଧି ହେବ ।