ପୁଣି ଆକଶଛୁଆଁ ହେଲା କେଲ ଦର

0

ନୂଆଦିଲ୍ଲୀ: ଦେଶରେ ଲଗାତର ୪ର୍ଥ ଦିନ ପାଇଁ ବଢିଛି ପେଟ୍ରୋଲ-ଡିଜେଲ୍ ଦାମ୍ । ବ୍ରେଣ୍ଟ କ୍ରୁଡ୍ ପ୍ରତି ବ୍ୟାରେଲ ୪୫ ଡଲାରରେ ପହଞ୍ଚିଛି । ଲଗାତର ୪୮ ଦିନ ପର୍ୟ୍ୟନ୍ତ ସ୍ଥିର ରହିବା ପରେ ପୁଣି ବଢିଛି ଦାମ୍। ଅଗ୍ରଣୀ ତେଲ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ଅନୁଯାଇ ଦେଶର ୪ ବଡ ମହାନଗରରେ ଡିଜେଲ୍ ଦାମ୍ ୧୭ରୁ ୧୯ ପଇସା ଓ ପେଟ୍ରୋଲ ଦାମ୍ ୭ ପଇସା ବଢିଛି । ଦିଲ୍ଲୀରେ ଡିଜେଲ୍ ୧୮ ପଇସା ଓ ପେଟ୍ରୋଲ ୦୭ ପଇସା ପ୍ରତି ଲିଟର ମହଙ୍ଗା ହୋଇଯାଇଛି । ଯାହା ଫଳରେ ଦିଲ୍ଲୀରେ ପେଟ୍ରୋଲ ୮୧.୫୩ ଟଙ୍କା ଏବଂ ଡିଜେଲ୍ ଦାମ୍ ଲିଟର ପିଛା ୭୧.୨୫ ଟଙ୍କା ହୋଇଯାଇଛି ।

ବାଣିଜ୍ୟିକ ନଗରୀ ମୁମ୍ବାଇରେ ପେଟ୍ରୋଲ ୮୮.୨୩ ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ୭୭.୭୩ ଟଙ୍କା ପ୍ରତି ଲିଟରରେ ପହଞ୍ଚିଥିବା ବେଳେ କୋଲକାତାରେ ପେଟ୍ରୋଲ ୮୩.୧୦ ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ଲିଟର ପିଛା ୭୪.୮୨ ଟଙ୍କା ହୋଇଯାଇଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲର ଦାମ୍ ୮୪.୫୩ ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ୭୬.୭୨ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୦.୦୭ ପଇସା ବୃଦ୍ଧି ପାଇ ୮୨.୧୩ ଟଙ୍କା ଲିଟର ପିଛା ଥିବାବେଳେ ଡିଜେଲ୍ ଦାମ୍ ୭୭.୫୯ ଟଙ୍କା ପ୍ରତି ଲିଟରରେ ଆସି ପହଞ୍ଚିଛି।