ବିବାହ ପରେ ପୁଣି ରଙ୍ଗୀନ ପରାଦାକୁ ଫେରିଲେ କାଟ୍ରିନା କେଫ୍

“ଫୋନ୍ ବୁଥ୍” ଜରିଆରେ ବଲିଉଡ୍କୁ କମ୍ ବ୍ୟକ୍ କରୁଛନ୍ତି କ୍ୟାଟ୍ରିନ

0

ମୁମ୍ବାଇ: ପୁଣି ଥରେ ରଙ୍ଗୀନ ପରଦାରେ ନଜର ଆସିବେ କାଟ୍ରିନା କେଫ୍ । ବିବାହ ପରେ ପ୍ରଥମ ଥର ପାଇଁ ଫିଲ୍ମ “ ଫୋନ୍ ବୁଥ୍” ଜରିଆରେ ବଲିଉଡ୍କୁ କମ୍ ବ୍ୟକ୍ କରୁଛନ୍ତି କ୍ୟାଟ୍ରିନା । ଏହି ଫିଲ୍ମକୁ ପ୍ରମୋଟ କରୁଥିବା ବେଳେ କାଟ୍ରିନା ଏକ ଗୋଲାପୀ ରଙ୍ଗର ଶାଢୀ ପିନ୍ଧି ଟ୍ରାଡିସନାଲ ଳୁକ୍ରେ ନଜର ଆସିଥିଲେ । ଏ ନେଇ ସେ ଗତ ଶନିବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏକ ଫଟ ପୋଷ୍ଟ କିରିଥିଲେ ।

ଏହି ପୋଷ୍ଟରେ କ୍ୟାଟ୍ରିନାକୁ ତାଙ୍କ ଫ୍ୟାନମାନେ ବହୁ ପ୍ରଶଂସା କରିଛନ୍ତି । ଏହା ସହ ଜଣେ ପ୍ୟାଂନ ଲେଖିଛନ୍ତି ଯେ, କ୍ୟାଟ୍ରିନାଙ୍କ ସୁନ୍ଦରାତାକୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବନି । ତେବେ କ୍ୟାଟ୍ରିନାଙ୍କ ତାରିଫ କରିବାକୁ ଯାଇ କୋ ଆକଟର ଅଭିନେତା ଇସାନ୍ ଖଟ୍ଟର କମେଣ୍ଟ ବକ୍ସରେ ଲେଖିଛନ୍ତି ଯେ, “ଫିରଙ୍ଗି ଇଜ୍ ବ୍ୟାକ୍” ।

ତେବେ କ୍ୟାଟ୍ରିନଙ୍କ କମ୍ ବ୍ୟାକରେ ବଲିଉଡରେ ମଧ୍ୟ ବେଶ୍ ଖୁସି । କାରଣ କ୍ୟାଟ୍ଙ୍କ ପାଖରେ ଏହି ଗୋଟିଏ ଫିଲ୍ମ ନୁହେଁ ବଂର ଏକା ସଙ୍ଗେ ଚାରୋଟି ଫିଲ୍ମର ଅଫର ରହିଛି । ତେବେ ଏହି ସବୁ ଫିଲ୍ମଗୁଡିକ କ୍ୟାଟ୍ ସାଇନ୍ କରିସାରିଥିବା ସୂଚନା ରହିଛି । ଫୋନ ବୁଥ୍ ପରେ କ୍ୟାଟ୍ରିନା ବଲିଉଡର ଦବଙ୍ଗ ସଲମାନଙ୍କ ସହ ଟାଇଗର – ୩ରେ ନଜର ଆସିବେ । ଏହା ପରେ ସାଉଥ୍ ସୁପରଷ୍ଟାର ବଜୟ ସେତୁପତିଙ୍କ ସହ ‘ମେରି କ୍ରିସମାସ୍’ ଫିଲ୍ମରେ ନଜର ଆସିବେ ।

ଏଥିସହ ଆଲିଆ ଭଟ୍ଟ, ପ୍ରିୟଙ୍କ ଚୋପ୍ରାଙ୍କ ସହ “ଜି ଲେ ଜରା”ରେ ଅଭିନୟ କରିବାକୁ ଏକ୍ସେଲ ଏଣ୍ଟର ଟେନମେଣ୍ଟ ମଧ୍ୟ ସାଇନ୍ କରିଛନ୍ତି କ୍ୟାଟ୍ । ତେବେ ବଲିଉଡରେ ବର୍ତ୍ତମାନ ବୟକଟର ଟ୍ରେଣ୍ଡ ଚାଲିଥିବା ବେଳେ କ୍ୟାଟ୍ରିନାଙ୍କ ଆସୁଥିବା ଫିଲ୍ମ ବକ୍ସ ଅଫିସ୍ରେ କେତେ କମାଲ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର । ସୂଚନାମୁତାବକ , “ଫୋନବୁଥ”୍ ଆସନ୍ତାମାସ ୪ ନଭେମ୍ବରେ ରଲିଜି ହେବାକୁ ଯାଉଛି ।