ଶକ୍ତିଶାଳୀ ହେଉଛି ଭାରତୀୟ ସେନା: ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍

0

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍ । ଭାରତୀୟ ସେନାକୁ ପ୍ରାୟ ୨୫୮୦ କୋଟି ଟଙ୍କାରେ ୬ଟି ପିନାକ ରେଜିମେଣ୍ଟ, ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ସରକାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ପିନାକ ରକେଟ ୨୦୨୪ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ ବୋଲି ସୁଚନା ରହିଛି। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆଧାରରେ ଏହି ରକେଟ୍ ନିର୍ମାଣରେ ଅତି କମରେ ୭୦ପ୍ରତିଶତ ସ୍ୱଦେଶୀ ଉପକରଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅନୁମୋଦନ କରିଛନ୍ତି। ୬ଟି ପିନାକ ରେଜିମେଣ୍ଟ ଦେଶର ଉତ୍ତର ଏବଂ ପୂର୍ବାଞ୍ଚଳ ସୀମାରେ କାର୍ୟ୍ୟକ୍ଷମ ହେବ । ଯାହା ଦ୍ୱାରା ସେନା ଶକ୍ତିକୁ ଆହୁରି ବୃଦ୍ଧି କରାଯାଇ ପାରିବ । ଚୀନ୍ ସୈନ୍ୟଙ୍କ ସାମରିକ ଗତିବିଧି ବୃଦ୍ଧି ପାଇଥିବା ବେଳେ ସରକାର ସେନାର ଶକ୍ତି ବଢ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି।