ଭାରତ ଲଞ୍ଚ କରିଛି ପିନାକା ରକେଟ ସିଷ୍ଟମ୍

୨୧୪ କ୍ୟାଲିବର ବିଶିଷ୍ଟ ଏହି ମିସାଇଲ ସିଷ୍ଟମ ଦ୍ୱାରା ଏକା ଥରେ ୧୨ଟି ରକେଟ ଶତ୍ରୁ ଉପରେ ଆକ୍ରମଣ କରିପାରିବ । ଅର୍ଥାତ ଶତ୍ରୁମାନଙ୍କୁ ଖୁବ ଶିଘ୍ର ନଷ୍ଟ କରିବା ପାଇଁ ଏହା ଏକ ତୀକ୍ଷ୍ଣ ଅସ୍ତ୍ର ।

0

ନୂଆଦିଲ୍ଲୀ : ଋଷ ଆଉ ୟୁକ୍ରେନ ଭିତରେ ଚାଲିଥିବା ଏହି ମହାଯୁଦ୍ଧ ଭିତରେ ଭାରତ ପିନାକା ନାମକ ଆଉ ରକେଟ ପରୀକ୍ଷଣ କରିଛି । ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ଭାରତ ପାକିସ୍ତାନ ସୀମାର ବହୁତ ପାଖରେ ଏହି ଭୟଙ୍କର ମିସାଇଲର ସଫଳ ପରୀକ୍ଷଣ କରିଛି । ପ୍ରାୟ ୧୫ ଦିନରେ ଦେଶରେ ବହୁତ ଅଂଶରେ ଡିଆରଡିଓ ଦ୍ୱାରା ତିଆରି ହୋଥିବା ପିନାକା ଏମକେ -ଆଇ ଓ ଏଡିଏମ୍ ରକେଟ ସିଷ୍ଟମ୍ ର ସଫଳ ପରୀକ୍ଷଣ ହୋଇଛି । ଯାହାର ଚର୍ଚ୍ଚା ପୁରା ଦୁନିଆରେ ହେଉଛି ।

ସୂଚନା ଅନୁସାରେ, ପିନାକା ରକେଟ ସିଷ୍ଟମ୍ ର ଏକ ନୂତନ ନିର୍ମାଣକୁ ଡିଆରଡିଓ ଓ ଭାରତୀୟ ସେନା ଦ୍ୱାରା ପୋଖରାଣ ପରୀକ୍ଷଣରେ ଦୂରତା ଓ ବେଗର ଟାର୍ଗେଟକୁ ସଫଳ କରିଛି । ଏନେଇ ଡିଆରଡିଓ ପରୀକ୍ଷାର ସଫଳତା ପାଇଁ ସାମିଲ ଥିବା ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ୨୪ ପିନାକା ଏମପିଆଇ ରକେଟ ସିଷ୍ଟମ ଇପିଆରଏସ୍ କୁ ଅଲଗା ଅଲଗା ରେଞ୍ଜରେ ପରୀକ୍ଷଣ କରାଯାଇଛି । ଆଉ ଏହି ସବୁ ପରୀକ୍ଷାରେ ବିନା କୌଣସି ବାଧାରେ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ସଫଳତା ହାସଲ କରିପାରିଛି । ଏହା ସହ ରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ଯେ, ଏହି ପରୀକ୍ଷା ସହ ଇପିଆରଏସ୍ ର ପ୍ରଥମ ପାହାଚର ପରୀକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ।

ଏହି ମିସାଇଲ ସିଷ୍ଟମ ୪୪ ସେକେଣ୍ଡରେ ୧୨ ଟା ମିସାଇଲ ଲଞ୍ଚ କରିବାର କ୍ଷମତା ରଖିଛି । ଅର୍ଥାାତ ଏହା ପାଖାପାଖି ପ୍ରତି ୪ ସେକେଣ୍ଡରେ ଗୋଟିଏ ମିସାଇଲ ଫାୟର କରିଥାଏ । ୨୧୪ କ୍ୟାଲିବର ବିଶିଷ୍ଟ ଏହି ମିସାଇଲ ସିଷ୍ଟମ ଦ୍ୱାରା ଏକା ଥରେ ୧୨ଟି ରକେଟ ଶତ୍ରୁ ଉପରେ ଆକ୍ରମଣ କରିପାରିବ । ଅର୍ଥାତ ଶତ୍ରୁମାନଙ୍କୁ ଖୁବ ଶିଘ୍ର ନଷ୍ଟ କରିବା ପାଇଁ ଏହା ଏକ ତୀକ୍ଷ୍ଣ ଅସ୍ତ୍ର । ଏହି ମିସାଇଲ ସିଷ୍ଟମ ୭ରୁ ୯୦ କିଲୋମିଟର ଦୂରରେ ଥିବା ଶତ୍ରୁକୁ ବିନାଶ କରିବାର କ୍ଷମତା ରଖିଛି । ଏହା ସହ ଘଣ୍ଟା ପ୍ରତି ୫୭କିମି ବେଗରେ ଯାଇ ଆକ୍ରମଣ କରିଥାଏ ।