ପିପିଲି ଉପନିର୍ବାଚନରେ ଲାଗିଲା କାହା ନଜର ? ବିଧାୟକ ପ୍ରାର୍ଥୀଙ୍କୁ କରୋନା

0

(ପିପିଲି) : ପିପିଲି ଉପନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥଲା । ଉପନିର୍ବାଚନର ଗହଳିରେ କରୋନା ହେଉନିକି ବୋଲି ଅନେକ ଛାତ୍ରଛାତ୍ରୀ, ଲୋକମାନେ ପ୍ରଶ୍ନ କରୁଥିଲେ ତେବେ ଏବେ ଏହା ସତ୍ୟ ପ୍ରମାଣିତ ହୋଇଛି । ପିପିଲି ଉପନିର୍ବାଚନକୁ କରୋନା ସଂକ୍ରମଣ । ଏଥର କୌଣସି ଜନସାଧାରଙ୍କୁ ନୁହେ ଖୋଦ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଶୁକ୍ରବାର କରୋନା ପଜିଟିଭ୍‌ ବାହାରିଛି । ତାଙ୍କୁ ଡେଲାଙ୍ଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଚାଲିଲା । ତଥାପିସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ସେଠାରୁ ତାଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା ।
ସୂଚାନୁଯାୟୀ ,ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳୀୟ ନେତା ଓ କର୍ମୀଙ୍କୁ ବି କରୋନା ସଂକ୍ରମଣର ଆଶଙ୍କା କରାଯାଉଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ କିଛି ନେତା ସ୍ୱତଃ ଭାବେ ହୋମ୍‌ ଆସୋଲେସନରେ ରହିଛନ୍ତି ।
ତେବେ କଣ ରହିବ ରଣନୀତି ତାହା ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସ ଦଳକୁ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।