୧୬ରେ ପିପିଲି ନିର୍ବାଚନ

0

ପୁରୀ : ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ । ମେ ୧୩ ବଦଳରେ ୧୬ ତାରିଖରେ ହେବ ଉପନିର୍ବାଚନ । ମେ ୧୯ ତାରିଖରେ ଭୋଟ ଗଣତି ହେବା ସହ ଫଳ ପ୍ରକାଶ ପାଇବ । ମେ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏପ୍ରିଲ ୧୭ରେ ଉପନିର୍ବାଚନ ହେବାକ ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ଦିନ ଧାର୍ୟ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ମେ ୧୩ ତାରିଖରେ ଇଦ୍-ଉଲ୍- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।