ପିପିଲିବାସୀ ବିଜେପିର ବିଜୟ ଚାହଁନ୍ତି: ଲେଖାଶ୍ରୀ

0

ଭୁବନେଶ୍ୱର/ରାଜେଶ ସାହୁ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ବିଜ୍ଞପ୍ତି ପ୍ରକାଶ ପାଇଁଚି । ମେ ୧୩ରେ ନିର୍ବାଚନ ହେବ । ନିର୍ବାଚନ କମିଶନଙ୍କ ସାନି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପି ସବୁବେଳେ ପ୍ରସ୍ତୁତ । ବୁଥ୍ ସ୍ତରକୁ ଯାଇ ଲୋକଙ୍କ ପାଖରେ ଆମ ନେତା ପହଞ୍ଚୁଛନ୍ତି । ପିପିଲି ଲୋକ ଚାହୁଁଛନ୍ତି ବିଜେପି ଜିତୁ । ଏହାର ଦୁଇଟି କାରଣ, ଗୋଟିଏ ହେଲା ମହାରଥୀ ପରିବାରର ହିଂସାରୁ ମୁକ୍ତି ଓ ଅନ୍ୟଟି ହେଲା ନରେନ୍ଦ୍ର ମୋଦିଙ୍କ ବିକାଶଧାରାରେ ସାମିଲ ହେବା । ସିମ୍ପାଥି ଭୋଟରେ ଆମେ ବିଶ୍ୱାସ କରୁନାହିଁ । କାରଣ ୨ଟି ଦଳ ବର୍ତ୍ତମାନ ସିମ୍ପାଥି ଭୋଟ ମାଗୁଛନ୍ତି । ଲୋକେ ଜାଣିଛନ୍ତି କାହାକୁ ଭୋଟ ଦେଲେ ପିପିଲିର ବିକାଶ ହେବ । ପିପିଲି ଭୋଟର ସଚେତନ ଭୋଟର ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।