କରୋନାରେ ପୀୟୁଷ ଚାୱଲାଙ୍କ ବାପାଙ୍କ ପରଲୋକ

ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସେ ଶକ୍ତିର ସ୍ତମ୍ଭ ହରାଇଦେଇଛନ୍ତି। ବର୍ତ୍ତମାନ ତାଙ୍କ ବିନା ଆଗ ଭଳି ଆଉ ଜୀବନ ରହିବ ନାହିଁ

0

(ମୁମ୍ବାଇ) : ପରଲୋକରେ ପୀୟୁଷ ଚାୱଲାଙ୍କ ବାପା । ପୀୟୁଷ ଚାୱଲା ସୂଚନା ଦେଇଛନ୍ତି ଯେ, ତାଙ୍କ ପିତା କରୋନା ସଂକ୍ରମିତ ହୋଇଥିଲେ। ଚାୱଲା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ପିତା କରୋନା ସହ ସଂଘର୍ଷ କରିଥିଲେ କିନ୍ତୁ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସେ ଶକ୍ତିର ସ୍ତମ୍ଭ ହରାଇଦେଇଛନ୍ତି। ବର୍ତ୍ତମାନ ତାଙ୍କ ବିନା ଆଗ ଭଳି ଆଉ ଜୀବନ ରହିବ ନାହିଁ । ତାଙ୍କ ପିତାଙ୍କ ମୃତ୍ୟୁ ଖବର ପରେ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ୍ କରି କ୍ରିକେଟରଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ତେବେ ପୀୟୁଷ ଚାୱଲାଙ୍କ ବନ୍ଧୁ ଇରଫାନ ପଠାନ ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।