ଭାରତ

ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା

(ପୂଜା ସ୍ୱାଇଁ ): ଦୁଇ ବିମାନର ପରସ୍ପର ଧକ୍କା ହେବା ଫଳରେ ତିନିଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ ଆକାଶରେ ମଙ୍ଗଳବାର ରାତିରେ ଦୁଇଟି କ୍ଷୁଦ୍ର ବିମାନ ପରସ୍ପର ସହ ଧକ୍କାଖାଇ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାରେ ତିନିଜଣ ଯତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ର୍ଥ ଯାତ୍ରୀଙ୍କର ପତା ମିଳି ନାହିଁ ବୋଲି ସୂଚନା ମିଳିଛି । ରାତ୍ରୀର ଅନ୍ଧକାର ଯୋଗୁଁ ତଲାସ ଅଭିଯାନରେ ବାଧା ସୃଷ୍ଟି ହୋଇଛି । ଆହାତମାନଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଏହି ବିମାନ ଗୁଡିକ ବିମାନ ପ୍ରଶିକ୍ଷକଙ୍କ ଦ୍ୱାରା ଚଲା ଯାଉଥିଲା । ସେମାନଙ୍କ ମଧ୍ୟରୁ ଜଣେ ୨୨ ବର୍ଷିୟ ଜର୍ଜ ସାନ୍ସେଜ୍ ବୋଲି ଅନୁମାନ କରାଯାଉଛି । ଆହାତ ହୋଇଥିବା ତିନିଜଣ ଯାତ୍ରୀଙ୍କର ପରିଚୟ ମିଳିଛି ବୋଲି ଅନ୍ୟ ଏକ ରିପୋର୍ଟରୁ ଖବର ମିଳିଛି । ସେମାନେ ହେଲେ ଜର୍ଜ ସାନ୍ଚେଜ୍(୨୨), ରାଲଫ୍ ନାଇଟ୍(୭୨) ଏବଂ ନିଶା ସେଜୱାଲ୍(୧୯) । ଉଭୟ ବିମାନ ଡିନ୍ ଇଂଟର୍ନ୍ୟାସ୍ନାଲ୍ ସ୍କୁଲ ର । ଦୁର୍ଘଟଣା ପରେ ଏହି ବିମାନ ଚାଳନ ଶିକ୍ଷା ସ୍କୁଲର ମନ୍ଦ ଇତିହାସ ସୃଷ୍ଟି କରିଛି ବୋଲି ମିଆମି ଡେଡ୍ କାଉଂଟି ମେୟର କାର୍ଲୋସ୍ ଏ. ଜିମେଞ୍ଜ୍ କହିଥିଲେ ।

Related posts

୭୦ମିଟର ଗଭୀରରୁ ୧୧ ଦିନ ପରେ ପାଇଲଟଙ୍କ ମୃତଦେହ ଉଦ୍ଧାର

Report

ଦିଲ୍ଲୀ ଏମ୍ସରେ ନିଆଁ

Report

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ସାଧାରଣ ପ୍ରତିବାଦ

Report

Leave a Comment