୨୫ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ

0

ପରଜଙ୍ଗ(ସୁଜିତ୍ ଦଳବେହେରା):ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ବ୍ଲକର ସରକାରୀ ଆଇଟିଆଇ  କନ୍ଦରସିଂହା,ପରଜଙ୍ଗ ମହାବିଦ୍ୟାଳୟ, ଏବଂ ଆଦର୍ଶ ବିଦ୍ୟାଳୟ ବାରିହାପୁର ଠାରେ, ଆଜି ୩ଟି ସ୍ଥାନରେ  ବୃକ୍ଷ ରୋପଣ କରାଯାଇଅଛି।

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ସ୍କୁଲ,କଲେଜ୍ ଓ ଆଇଟିଆଇ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି କିଛି ପ୍ରଶ୍ନ ପଚାରିଥିଲେ।  ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବ୍ଲକ୍ ଶିକ୍ଷା ଅଧିକାରୀ ହରିହର ଦେହୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର  ବେହେରା,ଢେ଼ଙ୍କାନାଳ ଜିଲ୍ଲାପରିଷଦ ଉପାଧକ୍ଷା ବିଳାସିନୀ ସେଠୀ, ପରଜଙ୍ଗ ୧ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ରୁନୁ ବର୍ମା, ୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ,ବିଜୁ ଜନତା ଦଳ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି,ବିଜୁ ଯୁବ ଜନତା ଦଳ ସଭାପତି ସୁବ୍ରତ ଦାସ,ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରୀୟଜିତ୍ ସାମଲ,ଜିଲ୍ଲା ସାଧାରଣ ସମ୍ପାଦକ ଗୌତମ ପାଣି, ସମବାୟ ସମିତି ସଭାପତି ଭୂପେଶ ପ୍ରଧାନ ଓ ସମସ୍ତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ଏବଂ ବିଜୁ ଯୁବ ଛାତ୍ର ଜନତାଦଳ ର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।