ୟୁକ୍ରେନରେ ପହଞ୍ଚିବ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ

ୟୁକ୍ରେନର ଓ ସୀମାବର୍ତ୍ତୀ ଇଲାକାରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା। କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା ମିଶନ୍‌ରେ ଭାରତୀୟ ବାୟୁସେନା ସାମିଲ ହୋଇଛି।

0

(ଦିଲ୍ଲୀ) : ୟୁକ୍ରେନର ଓ ସୀମାବର୍ତ୍ତୀ ଇଲାକାରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା। କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା ମିଶନ୍‌ରେ ଭାରତୀୟ ବାୟୁସେନା ସାମିଲ ହୋଇଛି। ଅପରେସନ୍ ଗଙ୍ଗା ଅଧୀନରେ ଆଜି ସକାଳେ ଭାରତୀୟଙ୍କୁ ଆଣିବା ପାଇଁ ନବମ ବିମାନ ଉଡ଼ାଣର ଭରିବାକୁ ଯାଉଥିବା ନେଇ ଘୋଷଣା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ୍ କରି କହିଥିଲେ। ସେ କହିଥିଲେ ଯେ,’ ଯେତେ ପର୍ଯ୍ୟନ୍ତ ଆମର ସାଥୀ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।’

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗରେ ସାମିଲ ହୋଇ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କହିଛନ୍ତି। ବାୟୁସେନା ବିମାନ ଏହି ଅପରେସନ୍‌ରେ ସାମିଲ ହେଲେ ସେଠାରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟାରେ ବୃଦ୍ଧି ଘଟିବ। ଏକକାଳୀନ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ।