ଭାରତ

ନେତାଜୀଙ୍କ ଜୟନ୍ତୀରେ ଭିକ୍ଟୋରିଆ ମେମୋରିଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

(କୋଲକାତା): ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀକୁ ଚଳିତବର୍ଷ ଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ ହୋଇଛିା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିିଲ ହୋଇଛନ୍ତି । ଏହି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ଉଦବୋଧନ ଦେଇ ନେତାଜୀ ସୁଭାଷ ବୋଷ ପରାକ୍ରମର ପ୍ରତିମୁର୍ତ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ନେତାଜୀଙ୍କ କର୍ମଭୂମି ବଙ୍ଗର ମାଟି ଅତ୍ୟନ୍ତ ପବିତ୍ର । ଆଜିର ଦିନରେ କେବଳ ନେତାଜୀଙ୍କର ନୁହେଁ, ଦେଶର ଆତ୍ମଗୌରବର ଜନ୍ମ ହୋଇଥିଲା । ତାଙ୍କ ବିଷୟରେ ବ୍ୟାଖ୍ୟା କଲେ ଶଦ୍ଦର ଅଭାବ ପଡିଯିବ ବୋଲି ସେ କହିଥିଲେ । ନେତାଜୀ ରାଣୀ ଝାନ୍ସି ରେଜିମେଣ୍ଟ ଗଠନ କରି ମହିଳାଙ୍କୁ ଆଗକୁ ଆଣିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନେତାଜୀ କାବୁଲର ରାଜରାସ୍ତାରେ ବୁଲି ବିଭିନ୍ନ ଦେଶର ଦୁତାବାସକୁ ଯାଉଥିଲେ ଏବଂ ଭାରତର ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲାଗି ବିଦେଶୀ ସମର୍ଥନ ଓ ସହାୟତା ଲୋଡୁଥିଲେ । ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଯୁବପିଢୀ ଆତ୍ମନିର୍ଭର ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଜଣାଇଥିଲେ । ଯୁବପିଢୀ ନେତାଜୀଙ୍କ ଠାରୁ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ଶିଖିବା ଉଚିତ । ଦେଶର ସ୍ୱାଧୀନତା ପ୍ରାପ୍ତି ଲାଗି ନେତାଜୀଙ୍କ ଅବଦାନ ପାଇଁ ଦେଶ ସବୁବେଳେ କୃତଜ୍ଞ ରହିବ । କୋଲକାତାର ମାଟି ଦେଶର ଆଧ୍ୟାତ୍ମିକ, ସାହିତ୍ୟ, ବିଜ୍ଞାନ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ବହୁ ମହାପୁରୁଷଙ୍କୁ ପ୍ରଦାନ କରିଛି । ଏହି ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଓ ବଙ୍କିମଚନ୍ଦ୍ରଙ୍କୁ ସ୍ମରଣ କରିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କୋଲକାତା ପହଞ୍ଚିବା ପରେ ନେତାଜୀ ଭବନ ଗସ୍ତ କରିଥିଲେ । ସେଠାରୁ ସେ କୋଲକାତା ସ୍ଥିତ ନ୍ୟାସନାଲ ଲାଇବ୍ରେରୀକୁ ଯାଇଥିଲେ । ସେଠାରେ ୨୦୦ କଳାକାରଙ୍କୁ ନେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ସେଠାରୁ ଭିକ୍ଟୋରିଆ ମେମୋରିଆଲକୁ ଯାଇଥିଲେ । ଭିକ୍ଟୋରିଆ ମେମୋରିଆଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରେ ଆୟୋଜିତ ସମାରୋହର ପ୍ରାରମ୍ଭରେ ନେତାଜୀଙ୍କୁ ସ୍ମରଣ କରି ସଂଙ୍ଗୀତ ପରିବେଷଣ କରାଯାଇଥିଲା । ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ତେଣୁ ମୋଦିଙ୍କ କୋଲକାତା ଗସ୍ତ ବେଳେ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ କି ନାହିଁ ତାହାକୁ ନେଇ ସଂଶୟ ପ୍ରକାଶ ପାଇଥିଲା । କିନ୍ତୁ ମମତାଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । କିନ୍ତୁ ସେ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ମନା କରିଦେଇଥିଲେ । ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । ଏହି କାର୍ଯ୍ୟକ୍ରମ ଲୋକଙ୍କର ଓ ସବୁ ଦଳର ବୋଲି କହିବା ସହ ସେ ଭାଷଣ ଦେଇ ନଥିଲେ ।

Related posts

ଦୁଇ ଝିଅଙ୍କୁ ହତ୍ୟା କଲା ବାପା

Report

ବସ- ଟ୍ରକ ମୁହାଁମୁହିଁ ଧକ୍କା: ୯ ଶ୍ରମିକ ମୃତ

Report

ଦେଶର ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ୨୦୧୬ରେ

Report

Leave a Comment