ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

0

(ଦିଲ୍ଲୀ) : ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆଉ ଏକ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ନାରୀ ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉପଲବ୍ଧିକୁ ପ୍ରଣାମ କରୁଛି। ଭାରତ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ସଶକ୍ତ ଏବଂ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ଭାରତର ବିକାଶ ଯାତ୍ରାରେ ନାରୀ ଶକ୍ତିଙ୍କୁ ଆଗରେ ରଖିବା ପାଇଁ ଆର୍ଥିକ ସୁବିଧା ଠାରୁ ନେଇ ସାମାଜିକ ସୁରକ୍ଷା, ଉତ୍ତମ ସ୍ଵାସ୍ଥ୍ୟ ସୁବିଧା, ଶିକ୍ଷା, ଉଦ୍ୟମିତା ଭଳି ସରକାର ବହୁ ସୁବିଧା ଯୋଗାଇ ଦେଇଛନ୍ତି।

ଆଗାମୀ ସମୟରେ ମଧ୍ୟ ଏହି ପ୍ରୟାସ ଜାରି ରହିବ।