ପାକିସ୍ତାନରୁ ମୋଦୀଙ୍କୁ ସାହାଯ୍ୟ ମାଗିଲେ ଗଣ ବଳତ୍କାର ପୀଡିତା

0

ନୂଆଦିଲ୍ଲୀ: ମୁଁ ଜଣେ ଗଣ ବଳତ୍କାର ପୀଡିତା … ମୁଁ ଦୀର୍ଘ ୭ ବର୍ଷ ଧରି ନ୍ୟାୟ ପାଇଁ ସଂଗ୍ରାମ କରୁଛି, କିନ୍ତୁ କେହି ମୋ କଥା ଶୁଣୁ ନାହାନ୍ତି । ଇଏ ଥିଲା ଜଣେ ଗଣ ଦୁଷ୍କର୍ମ ପୀଡିତାର ଆନ୍ତରିକ ନିବେଦନ । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରରେ ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ ପରେ କଥା ଯାଇ ପହଞ୍ଚିଥିଲା ମୋଦିଙ୍କ ନିକଟରେ … ମହିଳା ଜଣକ ନ୍ୟାୟ ପାଇଁ ୭ ବର୍ଷ ଧରି ଗୁହାରି କରିବା ସତ୍ୱେ ମଧ୍ୟ ମହିଳାଙ୍କୁ ନ୍ୟାୟ ମିଳିନଥିଲା । ବର୍ତ୍ତମାନ ଏହି ମହିଳା ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

ପୀଡିତା ଏବଂ ତାଙ୍କ ପିଲାମାନଙ୍କୁ ପାକିସ୍ତାନରେ ମୁତ୍ୟୁ ଧମକ ମିଳୁଥିବାରୁ ସେ ମୋଦୀଙ୍କ ନିକଟରେ ତାଙ୍କ ସୁରକ୍ଷା ପାଇଁ ସହାୟତା ମାଗିଛନ୍ତି । ଏବଂ ଏକ ଭାବ ପ୍ରବଣ ଭିଡିଓରେ ଗଣ ଦୁଷ୍କର୍ମ ପୀଡିତା ମହିଳା ଜଣକ ପ୍ରଧାନମନ୍ତ୍ରୀଙ୍କୁ କାନ୍ଦି କାନ୍ଦି କହିଛନ୍ତି, ମୁଁ ଜଣେ ଗଣ ଦୁଷ୍କର୍ମ ପୀଡିତା , ଦିର୍ଘ ୭ବର୍ଷ ଧରି ଆମେ ନ୍ୟାୟ ପାଇଁ ସଂଗ୍ରାମ କରୁଛୁ । ପାକିସ୍ତାନ ପୋଲିସ, ସରକାର ଏବଂ ନ୍ୟାୟପାଳିକା ମୋତେ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଆଶ୍ରୟ ମାଗୁଛି । ସେ ନିଜ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଭିଡିଓ ମାଧ୍ୟମରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ମୋତେ ଭାରତ ଆସିବାକୁ ଅନୁମତି ଦିଅନ୍ତୁ । ନହେଲେ ଏଠିକାର ପୋଲିସ ଏବଂ ରାଜନେତା ମୋତେ ଏବଂ ମୋ ଛୁଆ ମାନଙ୍କୁ ମାରି ଦେବେ ।

ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଦୟାକରି ମତେ ଭାରତରେ ଆଶ୍ରୟ ଦିଅନ୍ତୁ । ୨୦୧୫ ରେ ଏହି ଜଘନ୍ୟ ଅପରାଧରେ ଜଢିତ ଥିବା ଲୋକଙ୍କୁ କଠୋର ଦଣ୍ଡ ପାଇବା ପାଇଁ ଏହି ପୀଡିତା ଜଣଙ୍କ ବାରମ୍ବାର ପାକିସ୍ତାନ ନ୍ୟାୟ ବ୍ୟବସ୍ତାର ଦ୍ୱାରସ୍ତ ହେଉଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନାହାନ୍ତି । ତେବେ ଭିଡିଓରେ ତାଙ୍କ ସହ ଏହି ଜଘନ୍ୟ ଅପରାଧ ଘଟାଇଥିବା ଅପରାଧିଙ୍କ ନାଁ ସେ କହିଛନ୍ତି ।ତେବେ ପାକିସ୍ତାନ ଅଧିକୃତ ପିଓକେରେ ଏମିତି ଅନେକ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । କିଛି ମହିଳା ସମାଜ ଏବଂ ପରିବାର ଲୋକଙ୍କ ଡରରେ ମୁହଁ ଖୋଲୁ ନାହାନ୍ତି । କିନ୍ତୁ ଯେଉଁ ସବୁ ମହିଳା ଏହା ବିରୁଦ୍ଧରେ ମୁହଁ ଖୋଲୁଛନ୍ତି ସେମାନଙ୍କୁ ଏବଂ ତାଙ୍କ ପରିବାରକୁ ସବୁ ଦିନ ପାଇଁ ମୃତ୍ୟୁର ଶେଯରେ ଶୁଆଇ ଦିଆଯାଉଛି ।