ଖୋର୍ଦ୍ଧା ପୋଲିସ ର ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବବୁଲ ଆହତ

0

(ଗୋବିନ୍ଦ ଚନ୍ଦ୍ର ପଣ୍ଡା ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଏନକାଉଣ୍ଟର । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ ନିକଟରେ ବନ୍ଦ ଥିବା ଏକ ମଦ ଦୋକାନରେ ଅପରାଧି ବବୁଲ ଲୁୁଚିଥିବାର ଖବର ପାଇ ନିରାକାରପୁର ଥାନା ପୋଲିସ ସେଠାରେ ପହଁଞ୍ଚିଥିଲା । ଅପରାଧିକୁ କାବୁ କରିବାକୁ ପୋଲିସ ଚେଷ୍ଟା କରୁଥିବା ସମୟରେ ବବୁଲ ବୋମା ମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲା । ତେବେ ପୋଲିସ ଏନକାଉଣ୍ଟର ରେ ଅପରାଧି ବବୁଲ ଆହତ ହୋଇଛି । ତାହାର ବାମ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଏବେ କୁଖ୍ୟାତ ଅପରାଧି ବବୁଲକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବବୁଲ ନାମରେ ଖୋର୍ଦ୍ଧା, ବାଲୁଗାଁ, ଟାଙ୍ଗୀ, ନିରାକାରପୁର, ଜଙ୍କିଆ ଆଦି ବିଭିନ୍ନ ଥାନାରେ ଚୋରୀ, ଡକାୟତି ଆଦି ବିଭିନ୍ନ ସଙ୍ଗୀନ ମାମଲା ରହିଛି ।