ପିପିଲିରେ ପୋଲିସ ଫ୍ଲାର୍ଗ ମାର୍ଚ୍ଚ

0

ପୁରୀ : ପୁରୀ ଜିଲ୍ଲା ପିପିଲିରେ ପୋଲିସ ଫ୍ଲାର୍ଗ ମାର୍ଚ୍ଚ ।ପିପିଲି ନରସିଂହ ପୁର ଓ ଉଜାଣି ପଡ଼ାରେ ଫ୍ଲାର୍ଗ ମାର୍ଚ୍ଚ କରି ଶକ୍ତି ପ୍ରଦର୍ଶନ କଲା ପୋଲିସ । ଆଜି ଅପରାହ୍ନରେ ପିପିଲି ବଜାର, ପିପିଲି ଏନ ଏ ଏସି ,ଓ ଉଜାଣି ପଡ଼ା ରେ ଫ୍ଲାର୍ଗ ମାର୍ଚ୍ଚ କରିଛି ପୋଲିସ । ପୁରୀ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କ ନେତୁତ୍ବରେ ୫ ପ୍ଲାର୍ଟୁନ ପୋଲିସ ଫୋର୍ସ,୧୫ରୁ ଉର୍ଦ୍ଧ୍ବ ଅଫିସର ଏଥିରେ ସାମିଲ ହୋଇଥିଲେ ।

ଗତ ୧୯ ତାରିଖରେ ଉଜାଣି ପଡ଼ାର ସାନୁ ଓରଫ ସନାତନ ପ୍ରଧାନଙ୍କୁ ଗୁଳିମାଡ଼ ପରେ ପିପିଲିରେ ବୋମା ମାଡ଼ ହୋଇ ପିପିଲି ଅଶାନ୍ତ ହୋଇ ପଡ଼ିଥିଲା । ପ୍ରାୟ ୮ଦିନ ହେବ ଉକ୍ତ ଘଟଣାକୁ ଆଧାର କରି ବିଭିନ୍ନ ସ୍ଥାନରେ ବୋମା ମାଡ଼ ଭଳି ଘଟଣାକୁ ନଜର ଆସିଥିବା ବେଳେ ଗତକାଲି ରାତିରେ ପିପିଲି ବଢ଼େଇ ସାହି କେନାଲ ବନ୍ଧ ନିକଟରେ ଉକ୍ତ ଘଟଣାକୁ ଆଧାର କରି ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ବେଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ଆଜି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ।

ଦୈନଦିନ ଉକ୍ତ ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ବେଳେ ଆଜି ଫ୍ଲାର୍ଗ ମାର୍ଚ୍ଚ କରି ଶକ୍ତି ପ୍ରଦର୍ଶନ କରିଥଲା । କମେଣ୍ଟ ମରାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ପିପିଲି ପୋଲିସ ପ୍ରଥମରୁ ଅଣଦେଖା କରି ପରିସ୍ଥିତି ଅଣାୟତ୍ତ ଅନୁଭବ କରି ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପିପିଲିରେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି, ସେପଟେ ଗତକାଲି ବିଭିନ୍ନ ସ୍ଥାନରେ ମେଳି ହୋଇ ଉକ୍ତ ଘଟଣାକୁ ଆଧାର କରି ବୈଠକ ହେବାର ପୂର୍ବରୁ ପିପିଲି ରେ ପୋଲିସ ଫ୍ଲାର୍ଗ ମାର୍ଚ୍ଚ କରି ଅପରାଧ ନ ଘଟାଇ ବା ପାଇଁ ସଚେତନତା ସୃଷ୍ଟି କରିଥିବା ବେଳେ ଅପରାଧିକ କାର୍ଯ୍ୟକଳାପରେ ପିପିଲିର କୌଣସି ଜନ ସାଧାରଣ ଲିପ୍ତ ନ ରହିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।