ଝୁଲନ୍ତା ଅବସ୍ଥାରେ ଇଂଞ୍ଜିନିୟରଙ୍କ ମୃତ ଶରୀର ଉଦ୍ଧାର କଲା ପୁଲିସ

0

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ଅଞ୍ଚଳରେ ଇଲେକ୍ଟ୍ରିକାଲ କଲୋନୀରେ ଓଏଚପିସି କ୍ବାର୍ଟରରେ ଇଞ୍ଜିନିୟରଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ମୃତ ଯୁବ ଇଞ୍ଜିନିୟର ଜଣଙ୍କ ହେଲେ ଯାଜପୁର ଜିଲ୍ଲାର ସିଙ୍ଗପୁର ଅଞ୍ଚଳର ବିରେନ୍ କୁମାର ବେଉରିଆ (୨୩) ।ସୂଚନା ଯେ , ୩ମାସ ହେବ ଟିପି ସିଓଡ଼ିଏଲ କମ୍ପାନୀରେ ଇଂଞ୍ଜିନିୟର ଭାବରେ କାର୍ୟ୍ୟ କରୁଥିବା ବେଳେ ରେଙ୍ଗାଳି ଡ୍ୟାମ୍ କଲୋନୀରେ ଏକ କ୍ବାର୍ଟରରେ ଏକୁଟିଆ ରହି ଆସୁଥିଲେ ।ଫଳରେ ଆଜି କାର୍ୟ୍ୟକୁ ଯାଇନଥିବା ବେଳେ ତାଙ୍କ କ୍ବାଟରରେ ବେକରେ ଗାମୁଛା ଲଗା ଅବସ୍ଥାରେ ଝୁଲନ୍ତା ଅବସ୍ଥାରେ ଇଞ୍ଜିନିୟର ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା ।ଖବର ପାଇ ରେଙ୍ଗାଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଇଂଞ୍ଜିନିୟରଙ୍କ ପରିବାର ସୂଚନା ଦେଇଛି ।ଅନ୍ୟ ପକ୍ଷରେ ଇଂଞ୍ଜିନିୟର ଜଣଙ୍କ ମୃତ୍ୟୁ ଆତ୍ମହତ୍ୟା ନାଆଁ ହତ୍ୟା ତାହା ଜଣାପଡିନାହିଁ ।