ଆଇଆଇସି ଙ୍କ ଦୁର୍ବଳତା ଡବ୍ଲୁ.ଡବ୍ଲୁ.ଏମ୍

0

(ଆଦର୍ଶ ରାଉତ) : ଗତକାଲି ଜଟଣୀ ଥାନା ଆଇ.ଆଇ.ସି ସଂଜୀବ ମହାନ୍ତି ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡିଥିଲେ । ଏକ ମାମଲାର ଦଫା କମାଇବା ଓ ରଫାଦଫା କରିଦେବା ପାଇଁ ଜଟଣୀ ଅଞ୍ଚଳର ସୁମିତ କୁମାର ମଙ୍ଗରାଜ ଙ୍କୁ ୧ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ ସେତେବେଳେ ସୁମିତ ୧ଲକ୍ଷ ଟଙ୍କା ନଦେଇପାରିବାରୁ ତାଙ୍କ ମୋବାଇଲ ସହ ୩୦୦୦ ଟଙ୍କା ନେଇଯାଇଥିଲେ ପରେ ଦୁଇ ଜଣଙ୍କ ମଧ୍ୟରେ ୫୦୦୦୦ ଟଙ୍କା ଦେବାର ଚୁକ୍ତି ହୋଇଥିଲା । ଏହି ଘଟଣା ନେଇ ସେ ଭିଜଲାନ୍ସ ଅଫିସର ଙ୍କ ଦ୍ୱାରସ୍ତ ହୋଇଥିଲେ ପରେ ଭିଜିଲାନ୍ସ ହାତରେ ଲାଚଂ ନେଉଥିବା ସମୟରେ ଧରାପଡିଥିଲେ ଥାନା ଆଇଆଇସି । ସେପଟେ ମଧ୍ୟ ଜଟଣୀ ଅଞ୍ଚଳରେ ଏହି ଘଟଣାକୁ ନିନ୍ଦା କରିବା ସହ ଥାନା ବାବୁଙ୍କର ଦୁର୍ବଳତା ୱାଇନ ଓମେନ ମନି (ଡବ୍ଲୁ.ଡବ୍ଲୁ.ଏମ) ବୋଲି ଖୁବ୍ ଚର୍ଚ୍ଚା ଧରିଛି ।

ଆଜି ତାଙ୍କୁ ଭୁବନେଶ୍ୱର ଭିଜଲାନ୍ସ କୋର୍ଟରେ ହାଜର କରାଯାଇଥିଲା ଓ ତାଙ୍କ ଆଗୁଆ ଜାମିନ କୁ ଖାରଜ୍ କରିଦେବା ସହ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଝାରପଡା ଜେଲ କୁ ପଠାଇ ଦିଆଯାଇଥିଲା ।