(ନୁଆଦିଲ୍ଲୀ) : ଜାନୁଆରୀ ୩୦ ତାରିଖରୁ ଦେଶବ୍ୟାପୀ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୁଚନା ମିଳିଛି । ପୂର୍ବରୁ ଜାନୁଆରୀ ୧୭ ତାରିଖକୁ ଏହି ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହେଉଛି । ଏଥିପାଇଁ କେନ୍ଦ୍ର ସରକାର ପୋଲିଓ ଟିକାକରଣକୁ ବର୍ତ୍ତମାନ ପାଇଁ ବାତିଲ କରିଛନ୍ତି । ଜାନୁଆରୀ ୩୦ ତାରିଖରେ ରାଷ୍ଟ୍ରପତି ଭବନ ପରିସରରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ୩୧ରୁ ସାରା ଦେଶରେ ୫ ବର୍ଷରୁ କମ ଶିଶୁ ପୋଲିଓ ଟିକା ନେବେ ।