ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ

0

ଭୁବନେଶ୍ୱର : ଆଜି ଧାମନଗରରେ ହୋଇଥିଲା ମତଦାନ ପ୍ରକ୍ରିୟା | କାହାକୁ ଧାମନଗରବାସୀ ବାଛି ନିଜ ମତ ଦେଇଛନ୍ତି ତାହା ଏବେ ଇଭିଏମରେ ସିଲ ହୋଇଛି | କାହିଁକି ନା ନିଜର ନେତା ବାଛିବା ପକ୍ରିୟା ପୂର୍ଣ୍ଣ କରିଛନ୍ତି ଧାମନଗରବାସୀ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା ମତଦାନ ପ୍ରକ୍ରିୟା | ନିର୍ବାଚନ କମିଶନ ଙ୍କ ସୂଚନା ଅନୁସାରେ ସନ୍ଧ୍ୟା ସୁଦ୍ଧା ୬୬.୬୩ ପ୍ରତିଶତ ଭୋଟିଂ ହୋଇଛି । ତେବେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ସାରିଥିବା ବେଳେ କିଛି ବୁଥ୍ରେ ବିଭ୍ରାନ୍ତ ଦେଖାଯାଇଥିଲା | ସେହିପରି ମୈଦାନରେ ୩ ଦଳୀୟ ପ୍ରାର୍ଥୀ ସହ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ରହିଥିଲେ | ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ସମସ୍ତ ଦଳ ଲାଗି ନିର୍ବାଚନ ପାଲଟିଛି ଅଗ୍ନିପରୀକ୍ଷା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଜୋରସୋରରେ ପ୍ରଚାର କରି ଆଜି ମତ ଦାନ ପାଇଁ ଓଲ୍ହାଇଥିଲେ |ଅନେକ ବାଦ ବିବାଦ ପରେ ସାରିଛି ଧାମନଗର ଉପନିର୍ବାଚନ ମତଦାନ | ତେବେ ଆସନ୍ତା ୬ ତାରିଖ ଦିନ ଫଳାଫଳ ବାହାରିବା | ତେବେ ଦେଖିବାକୁ ବାକିରହିଲା ଧାମନଗର ବାସୀ କାହାକୁ ନିଜର ନେତା ଭାବେ ଚୟନ କରିଛନ୍ତି | ନିର୍ବାଚନକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପିଙ୍କ୍ ବୁଥକୁ ନେଇ ମହିଳା ଭୋଟର ଖୁସି ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । କେବଳ ପିଙ୍କ ବୁଥ ନୁହେଁ ଆଦର୍ଶ ବୁଥକୁ ନେଇ ମଧ୍ୟ ଭୋଟରଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି |