ନିର୍ବାଚନ ଡ୍ୟୁଟି ପୂର୍ବରୁ ଆଖିବୁଜିଲେ ପୋଲିଂ କର୍ମଚାରୀ

0

ଭଦ୍ରକ : ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନଟବର ମୁଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।