ରୋମାଣ୍ଟିକ କପୁଲ ଭାବେ ନଜର ବାହୁବଳୀଙ୍କ ସହ ପୂଜା

ଖୁବ୍‌ଶୀଘ୍ର ବହୁଭାଷୀ ଫିଲ୍ମ ‘ରାଧେ ଶ୍ୟାମ’ରେ ବାହୁବଲୀ ପ୍ରଭାସଙ୍କ ସହ ନଜର ଆସିବେ ପୂଜା ।

0

(ମୁମ୍ବାଇ) : ଖୁବ୍‌ଶୀଘ୍ର ବହୁଭାଷୀ ଫିଲ୍ମ ‘ରାଧେ ଶ୍ୟାମ’ରେ ବାହୁବଲୀ ପ୍ରଭାସଙ୍କ ସହ ନଜର ଆସିବେ ପୂଜା । ବିଭିନ୍ନ ସିନେ ଇଣ୍ଡଷ୍ଟ୍ରି ସହ ଜଡ଼ିତ ରହିବା ତାଙ୍କ ପାଇଁ ଅନେକ କ୍ଷେତ୍ରରେ ଲାଭପ୍ରଦ ହୋଇଛି ।

ସୂଚନାନୁଯାୟୀ , ୨୦୧୮ ମସିହାରେ ପୂଜା ଓ ପ୍ରଭାସ ‘ରାଧେ ଶ୍ୟାମ’ ଫିଲ୍ମର କାମ ଆରମ୍ଭ କରିଥିଲେ । ଏଥିରେ ନିଜର ପ୍ରେରଣା ଭୂମିକାକୁ ନେଇ ପୂଜା ଖୁବ୍‌ ଉତ୍ସାହିତ ଥିଲେ, ଯାହାର ଅନେକ ରଙ୍ଗ ଓ ଅନେକ ଜଟିଳତା ରହିଛି । କାହାଣୀରେ ତାଙ୍କ ଚରିତ୍ରର ବଳିଷ୍ଠ ଉପସ୍ଥିତି ରହିଛି । ଦର୍ଶକ ଯଦି ଫିଲ୍ମକୁ ଦେଖନ୍ତି, ତେବେ ଜାଣିପାରିବେ ଯେ ଦୀର୍ଘ ବର୍ଷ ଧରି ଫିଲ୍ମର ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟରେ କଳାକାର ଭାବେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇଛି ।