ଦେବଗଡ଼ : ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ପଖୱାଡା କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି କ୍ଷ ଏହି ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଚେତନତା ସଭାକୁ ଶୁଭାରମ୍ଭ କରିଥିଲେ କ୍ଷ ଜିଲ୍ଲାରେ ଶିଶୁଙ୍କ ମଧ୍ୟରେ ଅପପୃଷ୍ଟି ରୋକିବା ଦିଗରେ ଖାଦ୍ୟର ବ୍ୟବହାରକୁ ନେଇ ପୋଷଣ ତତ୍ୱର ଉପଯୋଗୀତା ନିମନ୍ତେ ମିଲେଟର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ଅଙ୍ଗନୱାଡି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ କ୍ଷ ସେହିପରି ଶିଶୁଙ୍କୁ ଫାଷ୍ଟ ଫୁଡ ଠାରୁ ଦୁରେଇ ଶାଗ, ମାଛ, ଛତୁଆ, ଅଣ୍ଡା, ସଜନା, ଛୁଇଁ, କଦଳିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ କ୍ଷ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୩ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ପଖୱାଡା ପାଳନ ଅବସରରେ ପ୍ରତି ଗାଁରେ ଜନ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥ କୁ ଜିଲ୍ଲା ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ସବୁଜ ପତକା ଦେଖାଇ ଶୁଭାରମ୍ଭ କରାଯାଇଥିଲା ।