ଆସ୍କା ଡାକ ମଣ୍ଡଳ ପକ୍ଷରୁ ଡାକ ମେଳା ଅନୁଷ୍ଠିତ

0

ଗଞ୍ଜାମ ଜିଲ୍ଲା /ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଆସ୍କା ଡାକ ମଣ୍ଡଳ ଆନୁକୁଲ୍ୟରେ ଢ଼ଉଗାଁ ଗ୍ରାମ ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ଏକ ଆସ୍କା ପୂର୍ବ ଉପଖଣ୍ଡ ଦ୍ଵାରା ଆୟୋଜନ କରାଯାଇଥିଲା । ଏହି ମେଳା ରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ର ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କ ବିକାଶ ପାଇଁ ଡାକ ଘରେ ସବୁ ଯୋଜନା ଗୁଡ଼ିକର ସଦୁପଯୋଗ କରିବାକୁ ମହିଳାମାନଙ୍କୁ ଆହ୍ଵାନ ଦେଇଥିଲେ।

ଆସ୍କା ଡାକ ମଣ୍ଡଳର ଅଧିକ୍ଷକ ଗୋପେଶ ଦାଶ ସର୍ବ ପ୍ରଥମେ ସାଂସଦଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ ଓ ସାଂସଦ ଙ୍କ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ତାଙ୍କର କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରିଥିଲେ ।  ସାଂସଦ ଙ୍କ ପଥ ଅନୁସରଣ କରିବାକୁ ସମସ୍ତ ନାରୀ ଡାକ କର୍ମଚାରୀ ମାନଙ୍କୁ ଅଧିକ୍ଷକ ଆହ୍ଵାନ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସହ ଅଧିକ୍ଷକ ଭଗ୍ୟଧର ଦାସ ଡାକ ବିଭାଗର ବିଭିନ୍ନ ସେବାଗୁଡ଼ିକ ଉପରେ ଆଲୋକପାତ୍ କରିଥିଲେ ଓ ସାଂସଦଙ୍କ ଗ୍ରାମ କୁ ସମ୍ପୂର୍ଣ୍ଣ ସୁକନ୍ୟା ଚଳିତ ମାସ ଶେଷ ସୁଦ୍ଧା କରିବାକୁ ପୁର୍ବ ଉପ ଖଣ୍ଡ ର ଡାକ ନିରୀକ୍ଷକ ଓ ସଂପୃକ୍ତ ଶାଖା ଡାକପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଢ଼ଉଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ  ସଂଜୀବ ପାତ୍ର ଏହି ମେଳାରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଡାକ ବିଭାଗର ସମସ୍ତ ସେବା ଓ ଯୋଜନା ଗୁଡ଼ିକୁ ପ୍ରଶଂସା କରିଥିଲେ ।  ଦୀପକ ରଞ୍ଜନ ପାଣିଗ୍ରାହୀ, ଡି.ଓ. ପି.ଏଲ୍. ଆଇ. ଏହି ମେଳା ପରିଚାଳନା କରିବା ସଙ୍ଗେ ସଙ୍ଗେ ଡାକ ବିଭାଗ ର ବିଭିନ୍ନ ଯୋଜନା ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସନ୍ଦୀପ ସାହୁ, ଡାକ ନିରୀକ୍ଷକ କ୍ରିଷ୍ଣାନନ୍ଦ, ଦେବେନ୍ଦ୍ର ବେହେରା, ପ୍ରଭାତ ପ୍ରଧାନ,କୃଷ୍ଣ ନନ୍ଦ ଭଞ୍ଜ ଓ ସମସ୍ତ ଡାକ କର୍ମଚାରୀ ମାନେ ଯୋଗ ଦେଇଥିଲେ।  ଶେଷରେ ଭାଗ୍ୟଧର ଦାସ ସହ ଅଧିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ ।