ଆସିକା: ପାଳନ ହେବ ଡ଼ାକ ସପ୍ତାହ । ଭାରତୀୟ ଡାକ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଆସିକାରେ ପାଳନ ହେବ ଡ଼ାକ ସପ୍ତାହ । ଏହା ଗୋପେଶ ଦାସଙ୍କ ଅଧକ୍ଷତାରେ ଆସିକା କାଳଷଣ୍ଡପୁରରେ ଥିବା ଆରିଆନ ପବ୍ଲିକ ସ୍କୁଲ
ଠାରେ ପାଳିତ ହେବ ଡ଼ାକ ଦିବସ । ତେବେ ଆସିକା ଡ଼ାକ ବିଭାଗର ଉପାଧକ୍ଷ ଭାଗ୍ୟଧର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାୟ ୧୦୦ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ସାଧାରଣଜ୍ଞାନ ପରୀକ୍ଷା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣୀ ଉତ୍ସବ ରେ ସ୍କୁଲ ପ୍ରିନସିପାଲ ,ଡାକ ବିଭାଗ ବି.ଇ ପ୍ରତାପ ଚନ୍ଦ୍ର ସ୍ୱାଇଁ,କୃଷ୍ଣ ଚନ୍ଦ୍ର ଭଞ୍ଜ, ରବୀନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ଉକ୍ତ ପ୍ରତିଯୋଗିତାକୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନରେ କାର୍ୟ୍ୟକ୍ରମଟି ସମ୍ପାଦିତ ହୋଇଥିଲା।