ବଲାଙ୍ଗୀର /ଜଗନ୍ନାଥ ଧରୁଆ: ଉତ୍ତରପ୍ରଦେଶରୁ ମିଳିଥିବା ଜାଲ୍ ସାର୍ଟିଫିକେଟରେ ପୋଷ୍ଟମାଷ୍ଟର ଚାକିରି ପାଇଁ ଆବେଦନ କରାଯାଇଥିବା ଜଣାପଡିଛି ! ଗୋଟିଏ କି ଦୁଇଟି ନୁହେଁ , ଏହି ଭଳି ୩୭ଟି ନକଲି ସାର୍ଟିଫିକେଟ ଧରା ପଡ଼ିଛି ! ଏ ପରିକି, ଚାକିରି ପାଇଁ ଏକପ୍ରକାର ଯୋଗ୍ୟ ବିବେଚିତ ହୋଇଥିବା ଜଣେ ଦୁଇଜଣ ପ୍ରାର୍ଥୀ ବି ଅନ୍ତର୍ଭୁକ୍ତ ଅଛନ୍ତି!ଏହାପଛରେ ଏକ ବଡ଼ଧରଣର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି।ବିଭିନ୍ନ ସରକାରୀ କାର୍ୟ୍ୟାଳୟ ପାଇଁ ବାହାରିଥିବା ପଦବି ଭିତରୁ ଏବେ ପୋଷ୍ଟ ଅଫିସରେ ବିଭିନ୍ନ ପଦ ପାଇଁ ଏବେ ପ୍ରମାଣପତ୍ର ଯାଞ୍ଚ କରାଯାଉଛି।ବଲାଙ୍ଗୀର ଡାକମଣ୍ଡଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ମୁଖ୍ୟ ଡାକଘର ବଲାଙ୍ଗୀର ଓ ସୋନପୁରକୁ ନେଇ ଗୋଟିଏ ଡାକମଣ୍ଡଳ।ତେଣୁ ବଲାଙ୍ଗୀର ଡାକ ମଣ୍ଡଳ ପାଇଁ ୮୩ଟି ବିପିଏମ୍ (ବ୍ରାଞ୍ଚ ପୋଷ୍ଟମାଷ୍ଟର), ଏବିପିଏମ୍ (ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ପୋଷ୍ଟମାଷ୍ଟର) ଓ ଡାକସେବକ ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା ।ନିୟମ ଅନୁଯାୟୀ ପୋଷ୍ଟଅଫିସରେ ଚାକିରି ପାଇଁ କୌଣସି ପରୀକ୍ଷା ଅପେକ୍ଷା ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଇଥାଏ।ତେଣୁ, ଏବେ ଅଧିକ ମାର୍କ ରଖିଥିବା ଆବେଦନକାରୀଙ୍କ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି।ଏଥିସହିତ, ସାର୍ଟିଫିକେଟ ଓ ମାର୍କସିଟ ଛାନ୍ଭିନ୍ ହେଉଛି ।