ସିନେମା ହଲରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ରାଧେ ଶ୍ୟାମ’

ଏହି ସପ୍ତାହରେ କିଛି ହୃଦୟସ୍ପର୍ଶୀ ଫିଲ୍ମ ଏବଂ ଓ୍ବେବ ସିରିଜ ପ୍ରଭାସଙ୍କ ‘ରାଧେ ଶ୍ୟାମ’ରୁ ନେଇ ସନି ଲିୟୋନିଙ୍କ ‘ଅନାମିକା’ପର୍ଯ୍ୟନ୍ତ ରିଲିଜ ହୋଇସାରିଛି ।

0

(ମୁମ୍ବାଇ) : ଏହି ସପ୍ତାହରେ କିଛି ହୃଦୟସ୍ପର୍ଶୀ ଫିଲ୍ମ ଏବଂ ଓ୍ବେବ ସିରିଜ ପ୍ରଭାସଙ୍କ ‘ରାଧେ ଶ୍ୟାମ’ରୁ ନେଇ ସନି ଲିୟୋନିଙ୍କ ‘ଅନାମିକା’ପର୍ଯ୍ୟନ୍ତ ରିଲିଜ ହୋଇସାରିଛି । ଥିଏଟର ଖୋଲିଯାଇଛି ଏବଂ ପୂର୍ବ କିଛି ସପ୍ତାହରେ ହଲରେ ମଧ୍ୟ ଫିଲ୍ମ ରିଲିଜ ହୋଇଛି । ଏହାସହ ଓଟିଟି ପ୍ଲାଟଫର୍ମରେ ବି କିଛି ଓ୍ବେବ ସିରିଜ ପ୍ରତି ସପ୍ତାହ ଧମାଲ ମଚାଉଛନ୍ତି । ପ୍ରଭାସ ଏବଂ ପୂଜା ହେଗଡେ ଷ୍ଟାରର ରାଧେ ଶ୍ୟାମ ଏହି ବର୍ଷର ମୋଷ୍ଟ ଅବଟେଡ ଫିଲ୍ମ ମଧ୍ୟରୁ ଗୋଟିଏ ।

ସୂଚନାନୁଯାୟୀ , ଏହି ଲଭ୍ ଷ୍ଟୋରୀକୁ ତେଲଗୁ ଏବଂ ହିନ୍ଦୀରେ ସୁଟ୍ କରାଯାଇଛି । କିନ୍ତୁ ଏହାକୁ ତାମିଲ, ମାଲାୟଲମ ଏବଂ କନ୍ନଡ଼ ଭଳି ବିଭିନ୍ନ ଭାଷାରେ ବି ଡବ୍ ଏବଂ ରିଲିଜ୍ କରାଯିବ । ଏହି ଫିଲ୍ମ ୧୧ମାର୍ଚ୍ଚରେ ହଲ୍‌ରେ ରିଲିଜ ହେବ ।