ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଇଛନ୍ତି ପ୍ରଦୀପ ମାଝୀ

0

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):- ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଇଛନ୍ତି ପ୍ରଦୀପ ମାଝୀ । ଭୁବନେଶ୍ବର ସିଆରପି ଛକ ସ୍ଥିତ ଓଡିଶା ଆଦିବାସୀ ମ୍ୟୁଜିୟମରେ ଥିବା କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ପ୍ରଦୀପ । ବିଭାଗୀୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତରେ ଦାଇତ୍ୱ ନେଇଛନ୍ତି ପ୍ରଦୀପ । ଖୁବଶୀଘ୍ର ଆଦିବାସୀଙ୍କ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଦାଇତ୍ୱ ନେବା ପରେ ପ୍ରଦୀପ କହିଛନ୍ତି ।ଦାୟିତ୍ୱ ନେବା ପରେ ପ୍ରଦୀପ କହିଛନ୍ତି ଯେ, ଆଦିବାସୀଙ୍କ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଦିବାସୀଙ୍କ ବିକାଶ ଲାଗି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାଇତ୍ୱ ନିଷ୍ଠାର ସହ କରିବେ ବୋଲି କହିଛନ୍ତି ପ୍ରଦୀପ ।

ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ସମସ୍ତେ ଅଧିକ ନିଷ୍ଠାର ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତ୍ୟେକ ଆଦିବାସୀଙ୍କ ନିକଟରେ ପହଁଚାଇବା ଲାଗି କାର୍ଯ୍ୟ କରିବାକୁ ହେବ । ଏ ନେଇ ସେ ସମସ୍ତ ସରକାରୀ ଅଧିକାରୀ ଓ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସେ ଆହ୍ୱାନ ଜଣାଇଛନ୍ତି ।ଆଦିବାସୀ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରୂପା ରୋସନ ସାହୁ ଉପସ୍ଥିତ ରହି ପ୍ରଦୀପଙ୍କୁ ସ୍ୱାଗତ କରିଛନ୍ତି । କୋରାପୁଟ, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ବିଧାୟକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଦିବାସୀଙ୍କ ବିକାଶ ସହ ପ୍ରତ୍ୟେକ ଜିଲ୍ଲାରେ ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା ଲାଗି ଦାବି ହୋଇଛି । ସେହିପରି ସ୍ବତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ପ୍ରଦୀପଙ୍କୁ ସ୍ୱାଗତ କରିଛନ୍ତି । ଉପଦେଷ୍ଟା ଭାବେ ପ୍ରଦୀପଙ୍କୁ ରାଜ୍ୟ ସରକାର ତରଫରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ । ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ରାଜ୍ୟ ସରକାର ୨୦୧୯ ରେ SDC ଗଠନ କରିଥିଲେ ।