ଆସନ୍ତା ଡ଼ିସେମ୍ବର ୧୧ ରେ ସେଵାସ୍ତମ୍ଭର ରାଜ୍ୟ ସ୍ତରୀୟ ସମ୍ମିଳନୀ ନେଇ ସାମ୍ବାଦିକ ସମ୍ମିଳନୀ

0

ରାଇରଙ୍ଗପୁର/ ସତ୍ୟ ନାରାୟଣ ପାଲ -ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ସରକାରୀ କର୍ମଚାରୀ ସଂଘ(ସେବାସ୍ତମ୍ଭ) ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ରାଇରଙ୍ଗପୁର ସହରରେ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆସନ୍ତା ଡ଼ିସେମ୍ବର ୧୧ ତାରିଖରେ ହେବା ନେଇ ରାଜ୍ୟ ଓ ମୟୂରଭଞ୍ଜ ଜିଲ୍ଲାର ସେବାସ୍ତମ୍ଭ ଶାଖା ଆନୁକୁଲ୍ୟରେ ଏକ ଖବରଦାତା ସମ୍ମିଳନୀ ରାଇରଙ୍ଗପୁର ସ୍ଥିତ ପିସିଏମ ଭବନରେ ରବିବାର ଥିବା ୧୧ ଘଟିକା ରେ ରାଜ୍ୟ ସଭାପତି ଶ୍ରୀ କରୁଣାକର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଆସନ୍ତା ୧୧ ତାରିଖରେ ଏହି ସମ୍ମିଳନୀରେ ସେବା ସ୍ତମ୍ଭର କେନ୍ଦ୍ରୀୟ ସଭାପତି ନାଗେଶ୍ଵର ରାଓ, ସମ୍ମାନିତ ଅତିଥି ଜାତୀୟ ସଂପାଦକ ଏମ ଏସ ମିନା,ଚୈତନ୍ୟ ପ୍ରସାଦ ମାରାଣ୍ଡିଙ୍କ ସହ ବିଭିନ୍ନ ରାଜ୍ୟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।ଏହି ସମ୍ମିଳନୀରେ ସାଂପ୍ରତିକ ପରିସ୍ଥିତିରେ କାର୍ୟ୍ୟରତ ଅନୁସୂଚିତ ଜାତି ଓ ଜନଜାତି,ପଛୁଆବର୍ଗ, ସଂଖ୍ୟାଲଘୁ ସରକାରୀ କର୍ମଚାରୀ ବୃନ୍ଦ କିଭଳି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି , ସେମାନଙ୍କ ସମସ୍ୟା ନନେଇ ଆଲୋଚନା ଏବଂ ନବ ବର୍ଷ ଉପଲକ୍ଷେ ବଂଧୁ ମିଳନ କାର୍ୟ୍ୟକ୍ରମ ରହିଛି ।ଏହି ଅବସରରେ ବାମନଘାଟୀ ଉପଖଣ୍ଡରେ ନିକଟରେ ଓଏଏସ ଏବଂ ଓଜେଏସ ପରୀକ୍ଷାୟେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସାଂସ୍କୃତିକ କାର୍ୟ୍ୟକ୍ରମ ହେବ ।ମହାହିମ ରାଷ୍ଟ୍ରପତିଙ୍କ ନିବାସ ମାଟିରେ ଏହି ରାଜ୍ୟ ସମ୍ମିଳନୀ ହେବା ନେଇ ସେବାସ୍ତମ୍ଭର ସଭ୍ୟ/ସଭ୍ୟାବୃନ୍ଦ ଅତି ଉତ୍ସାହିତ ହୋଇଛନ୍ତି ।

ଏହାର ସଫଳ କାମନା ନେଇ ରାଇରଙ୍ଗପୁର ସହରବାସୀଙ୍କ ସହଯୋଗ କାମନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେବା ସ୍ତମ୍ଭର ରାଜ୍ୟ ସଂପାଦକ ଯତୀନ୍ଦ୍ର ନାୟକ,ବିଜୟ ରାଉତ,ମୋଚିରାମ ମାଝୀ,ଜଗତ ରଂଜନ ମାଝୀ,ବିଜୟ ମୁର୍ମୁ,ପ୍ରତାପ ହେମ୍ବ୍ରମ, ରବୀନ୍ଦ୍ର ମୁଖୀ, ଡଃ ସାଗର ଟୁଡୁ, ଯୋଗେଶ୍ୱର ଚାତାର, ଧନଞ୍ଜୟ ମାର୍ଣ୍ଡୀ, ବିଭୂତି ଭୂଷଣ ପାତ୍ର,ଦୁଷ୍ମନ୍ତ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀର ଆବାହକ ଜାତୀୟ ସାଧାରଣ ସଂପାଦକ ଅଧ୍ୟାପକ ବିଜୟ ରାମ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।