ଦକ୍ଷିଣ କୋରିଆରେ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କଲେ:ମୋଦୀ

0

(ରିପୋର୍ଟସ ଟୁଡ଼େ)ଦକ୍ଷିଣ କୋରିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ କୋରିଆରେ ଅଛନ୍ତି । ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ କୋରିଆ ଗସ୍ତରେ ଅଛନ୍ତି । ସେଠାରେ ସେ ଶାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବାସଭବନରେ ଆୟୋଜିତ ଉତ୍ସବରେ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ମୋଦୀଙ୍କ ସମ୍ମାନରେ କୋରିଆ ରାଷ୍ଟ୍ରପତି ମୁନ ଜେଇ ଇନଙ୍କ ସରକାରୀ ବାସଭବନରେ ଏକ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା । ଏଠାରେ ମୋଦୀ ଆତଙ୍କବାଦକୁ ଦୃଢ ନିନ୍ଦା କରିବା ସହ କୋରିଆକୁ ଆତଙ୍କବାଦ ବିରୋଧରେ ଲଢୁଥିବାରୁ ପ୍ରଶଂସା କରିଛନ୍ତି ।
ମୋଦୀ , କୋରିଆ ରାଷ୍ଟ୍ରପତି ମୁନ ଜେଇଙ୍କ ନିମନ୍ତ୍ରଣରେ ସେଠାକୁ ଯାଇଛନ୍ତି । ଏହା ୨୦୧୫ ପରେ ମୋଦୀଙ୍କ ଦ୍ୱିତୀୟ କୋରିଆ ଗସ୍ତ । ଏଠାରେ ସେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶିଖର ବୈଠକରେ ସାମିଲ ହେବେ । ମୋଦୀ ଏଠାରେ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି । ଏନେଇ ଗତବର୍ଷ ଶାନ୍ତି ପୁରସ୍କାର ଫାଉଣ୍ଡେସନ ଘୋଷଣା କରିଥିଲା ।