ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଳିଲେ ରକ୍ଷାବନ୍ଧନ 

0

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀପୂର୍ଣିମା | ରାଜ୍ୟଠାରୁ ଆରମ୍ଭ କରି ସମଗ୍ର ଦେଶରେ ମଧ୍ୟ ପାଳନ କରୁଛନ୍ତି ରାକ୍ଷୀ ଉତ୍ସବ | ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ରକ୍ଷା ବନ୍ଧନର ବିଶେଷ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ।କେବଳ ସେତିକି ନୁହେଁ କିଛିଦିନ ତଳେ ରକ୍ଷା ବନ୍ଧନ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାକିସ୍ତାନୀ ଭଉଣୀ କ୍ବାମାର ମୋହସିନ୍‌ ଶେଖ୍‌ ମଧ୍ୟ ରାଖୀ ପଠାଇ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କର ବିଜୟ କାମନା କରିଥିଲେ।

ସେହିପରି ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଝାଡୁଦାର, ପିଅନ, ମାଳୀ, ଡ୍ରାଇଭର୍‌ ଆଦି ତଳିଆ କର୍ମଚାରୀମାନଙ୍କ ଝିଅମାନଙ୍କଠାରୁ ରାଖୀ ବନ୍ଧାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି।କାର୍ଯ୍ୟରତ ର୍ମଚାରୀମାନଙ୍କ ଝିଅମାନେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି।

ଏହାସହ କିଛି ସମୟର ବିଡ଼ିଓ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଝିଅ ମାନେ କଥା ହେଉଥିବାର ଏକ ଭିଡିଓ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି |ସେପଟେ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାରତ ଓ ପାକିସ୍ତାନ ସୀମାରେ ଯବାନମାନଙ୍କ ସହ କୁନି କୁନି ଶିଶୁ ଓ ମହିଳାମାନେ ଅଟ୍ରି-ୱାଘା ବର୍ଡରରେ ବିଏସଏଫ୍ ଯବାନଙ୍କୁ ରାଖୀ ବାନ୍ଧିଛନ୍ତି । ଯବାନଙ୍କୁ ରାକ୍ଷୀ ବାନ୍ଧିବା ସହ ସେମାନଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଛାତ୍ରୀ ଓ ମହିଳା । ତେବେ ସମସ୍ତ ଭାଇମାନଙ୍କୁ ରକ୍ଷା ବନ୍ଧନର ଭଉଣୀମାନଙ୍କର ଅନେକ ଅନେକ ଶୁଭେଚ୍ଛା |