ଗୁଜରାଟ : ଭୋଟ ଦେଲେ ପ୍ରଧାନମନ୍ତ୍ରୀ

0

ଅହମ୍ମଦାବାଦ : ଦ୍ୱିତିୟ ପର୍ଯ୍ୟାୟ ପାଇଁ ଭୋଟିଙ୍ଗି ଆରମ୍ଭ ହୋଇଛି ଗୁଜରାଟର ୧୪ ଟି ଜିଲ୍ଲା ୯୩ଟି ଆସନରେ । ଆଜି ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ଲମ୍ବା ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି । ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାନିପର ନିଶାନ ପବ୍ଲିକ୍ ସ୍କୁଲରେ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଥିଲେ । ବନାସକାଣ୍ଠା, ପଟନା, ମେହସାଣା, ସାବରକାଣ୍ଠା, ଅରାବଲି, ଗାନ୍ଧିନଗର, ଅହମଦାବାଦ, ଆନନ୍ଦ, ଖେଡା, ମହିସାଗର, ପଞ୍ଚ ମହଲ, ଦାହୋଦ, ବଡୋଦରା ଏବଂ ଛୋଟା ଉଦୟପୁର ଆଦି ଜିଲ୍ଲାରେ ମତଦାନ ହେଉଛି । ମତଦାନ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ପର୍ବ ଏବଂ ଭୋଟରମାନେ ଏହାକୁ ଉତ୍ସାହର ସହ ପାଳନ କରୁଛନ୍ତି। ଏଥିପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେ ସେମାନେ ନିର୍ବାଚନକୁ ଏକ ପ୍ରଶଂସନୀୟ ଢଙ୍ଗରେ ବିକଶିତ କରିଛନ୍ତି ।