ଘରୋଇ ହସ୍ପିଟାଲର ଚରମ ବାଣୀ, ଦେବେନାହିଁ ବିଜୁ ସ୍ୱାସ୍ଥ୍ୟ ସେବା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଗରିବ ପରିବାରକୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା କହୁଥିବା ବେଳେ କିନ୍ତୁ ଏଣିକି ଘରୋଇ ଡାକ୍ତରଖାନା ଗୁଡିକ ଆଉ ଏହି ଯୋଜନାରେ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ଶୁଣାଇ ଦେଇଛନ୍ତି । ରାଜ୍ୟର ୩ ଶହରୁ ଅଧିକ ଘରୋଇ ଡାକ୍ତରଖାନା ଏପରି ଚରମ ବାଣି ଶୁଣାଇଛନ୍ତି । କାରଣ ସେମାନଙ୍କୁ ବୀମା ବାବଦରେ ଦିଆଯାଇଥିବା ସେବାର ପାଉଣା ସରକାର ଦେଉନାହିଁ । ଫଲରେ ଏବେ ସରକାର ଅଡୁଆରେ ପଡି ଯାଇଛି । ଘରୋଇ ମେଡିକାଶଲ ଫୋରମ ସେମାନଙ୍କ ନିଷ୍ପତ୍ତିକୁ ସରକାରକୁ ଜଣାଇ ଦେଇଛି ଚିଠି ମାଧ୍ୟମରେ । ସରକାରର ବେପରୁଆ ମନୋଭାବ ପାଇଁ ବୀମାଭୁକ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଫରୋମ ରୋକଠୋକ ମନା କରି ଦେଇଛି । ବୀମା ବାବଦକୁ ସରକାରଙ୍କ ପାଖରୁ ଘରୋଇ ହସ୍ପିଟାଲ ଗୁଡିକ ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ପାଇବାକୁ ଅଛି। ଏ ବାବଦରେ ବାରମ୍ବାର ଜଣାଇଲେ ବି ସରକାର ନିଦା ବିଷ୍ଣୁ ସାଜିଥିବା ଫୋରମ ଅଭିଯୋଗ କରିଛି। ବକେୟା ଟଙ୍କା ପଇଠ ସହ ଅନ୍ୟ ଦୁଇଟି ଦାବି ପୂରଣ ନ କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଆଉ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଘରୋଇ ହସ୍ପିଟାଲ ଫୋରମ୍। ତେବେ ଫୋରମର ଏ ଅଭିଯୋଗ ମନ୍ତ୍ରୀ କହିଛନ୍ତି ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ।