ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭରେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ ଅଟକ

0

ନୂଆଦିଲ୍ଲୀ :କଂଗ୍ରେସ ଦେଶରେ ହେଉଥିବା ମୁଦ୍ରାସ୍ଫୀତି, ଦରଦାମ୍ ବୃଦ୍ଧି, ଜିଏସଟି ଏବଂ ବେକାରୀ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କଲା ପୋଷାକ ପିନ୍ଧି ରାଜରାସ୍ତା କୁ ଓଲ୍ହାଇଛନ୍ତି କଂଗ୍ରେସକର୍ମୀ |ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ  ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଛି ପୋଲିସ୍ ।ପୂର୍ବରୁ ପୋଲିସ ଏହି ଇଲାକାରେ ନିସିଦ୍ଧ କରିବା ସହ ୧୪୪ ଧାରା ଲାଗୁ କରିଥିଲା ।

କଂଗ୍ରେସ ନେତା ଆନ୍ଦୋଳନ ବେଳେ ରାହୁଲ ଗାନ୍ଧୀଙ୍କୁ  ଓ ପ୍ରିୟଙ୍କାଙ୍କୁ ପୋଲିସ ଟାଣି ଟାଣି ଭ୍ୟାନ ଭିତରକୁ ନେବା ଦେଖାଯାଇଛି ।ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଦେଶର ମହଙ୍ଗା ମାଡ ସହ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ଏହି ବିରୋଧ ପ୍ରଦର୍ଶନ କରୁଛି ।ଦିଲ୍ଲୀ ,ବିହାର, ତେଲେଙ୍ଗାନା, ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସର କର୍ମକର୍ତ୍ତାମାନେ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ତୟାର ରହିଛି । କଂଗ୍ରେସ କାର୍ଯ୍ୟାଳୟ ପାଖରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ନେତାମାନଙ୍କୁ ଗିରଫ କରିନେବା ଉଦ୍ଦେଶ୍ୟରେ ବସ୍ ଗୁଡିକୁ ସଜାଗ ରଖାଯାଇଛି । ତେବେ ଏହି ବିକ୍ଷୋଭ ସମୟରେ ରାହୁଲ କହିଛନ୍ତି ଦେଶରେ ଗଣତନ୍ତ୍ରର ମୃତ୍ୟୁ ଘଟିବାକୁ ଯାଉଛି । ଶହେ ବର୍ଷ ତଳେ ଭାରତ ଯେପରି ଗଠିତ ହୋଇଥିଲା ବର୍ତ୍ତମାନ ତାହା ଧ୍ୱଂସ ହେବାରେ ଲାଗିଛି ।