ପାରାଦୀପ: ଅର୍ଗାନାଇଜେସନ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ଓୟୁଡବ୍ଲୁଜେ ସମ୍ମିଳିତ କର୍ମଯିବୀ ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ଭାରତୀୟ ବନ୍ଦର ମଜଦୁର ସଂଘର ସଭାପତି ରାକେଶ ପଟ୍ଟନାୟକ ଓ ସମ୍ପାଦକ ତଥା ଚଳିତ ବନ୍ଦର କର୍ମଚାରୀଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ଶ୍ରୀକାନ୍ତ ରାୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଓୟୁଡବ୍ଲୁଜେ ପାରାଦୀପ ଶାଖା ସଭାପତି ସାମ୍ବାଦିକ ହରିଶ୍ଚନ୍ଦ୍ର ଲେକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପରେ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ। ଏହି ଅବସରରେ ବନ୍ଦର କର୍ମଚାରୀଙ୍କ ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀକାନ୍ତ କହିଥିବା ବେଳେ ବନ୍ଦରନଗରୀର ଉନ୍ନତି ପାଇଁ ତାଙ୍କ ସଂଘ ସର୍ବଦା କାର୍ଯ୍ୟ କରିବା ସହିତ ଗଣ ମାଧ୍ୟମ ପ୍ରତିନିଧିଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ଦାବିରେ ସଂଘ କାମ କରିବ ବୋଲି ରାକେଶ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ଦୀପ କୁମାର ଲେଙ୍କା, ରଶ୍ମୀରଂଜନ ରାଉତରାୟ, ସିଦ୍ଧେଶ୍ବର ସ୍ବାଇଁ, ପ୍ରଭାକର ସାହୁ, ଜଗବନ୍ଧୁ ସ୍ବାଇଁ,ନିହାର ତରାଇ,ଦିପକ ବାରିକ,ବିଶ୍ବରଂଜନ ବିଶ୍ବାଳ,ପ୍ରଶାନ୍ତ ସ୍ବାଇଁ, ସୁଦର୍ଶନ ବିଶ୍ବାଳ ଓ ସୁମନ୍ତ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।