ହିଞ୍ଜିଳିକାଟୁ ନୃତ୍ୟମ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କଳାକରଙ୍କୁ ଉତ୍ସାହ ପାଇଁ ନୃତ୍ୟମର ପ୍ରୟାଶ

0

ଗଞ୍ଜାମ / ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ନୃତ୍ୟମ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧନା ଉଶ୍ଚବ ଅନୁଷ୍ଠିତ ହୋଇଯାଇଛି । ଏହି  କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ପୋଲାଇ ସମ୍ମାନିତ ଅତିଥି ଭାବେ ଗୁରୁ ଉମା ଆଚାରି ପୌର ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା ନୃତ୍ୟମ ର ଆଇନ ପରାମର୍ଶ ଦାତା ଦ୍ଵିତି କୃଷ୍ଣ ସାବତ ନୃତ୍ୟମ ର ସଭାପତି ନୀଳମଣି ପଟ୍ଟନାୟକ ପବିତ୍ର ମୋହନ ପାଣିଗ୍ରାହୀ ଆସନ ଗ୍ରହଣ କରିଥିଲେ କାର୍ୟ୍ୟକ୍ରମ ର ପରିଚାଳନା ର ଦାୟିତ୍ଵ ନୃତ୍ୟମ ଅନୁଷ୍ଠାନ ର ଉପସଭାପତି ରତ୍ନାକର ସେୟ ନେଇଥିବା ବେଳେ ଉପସ୍ଥାପନା ର ଦାୟିତ୍ଵ ଶିବାନନ୍ଦ ବାରିକ ନେଇଥିଲେ। ବିଶ୍ଵ ଦରବାର ରେ ପୁରସ୍କୃତ ଅନନ୍ୟା ଚଳଚ୍ଚିତ୍ର ର କଳାକାର ଓ ନୃତ୍ୟମ ର ବରିଷ୍ଟ ବ୍ୟକ୍ତି ବିଶେଷ୍ୟ ମାନଙ୍କୁ ସମ୍ମାନିତ ନୃତ୍ୟମ ଦ୍ଵାରା କରାଯାଇଥିଲା। ଅନନ୍ୟା ଚଳଚ୍ଚିତ୍ର ଅଭିନେତ୍ରୀ ସୋନମ ସାହୁ ଓ ଅଭିନେତା ମଧୁସୂଦନ ମିଶ୍ର ଗୋପାଳ ମହାନ୍ତି , ଓ ଲେଖକ ପ୍ରିୟମ୍ବଦା ପଟ୍ଟନାୟକ ଙ୍କୁ ସମ୍ମାନିତ କରିବା ସହିତ ନୃତ୍ୟମ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀଯୁକ୍ତ ପବିତ୍ର ମୋହନ ପାଣିଗ୍ରାହୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ନିକଟ ସମୟରେ ସେ ରାଜ୍ୟ ସରକାର ଙ୍କ ଅନୁମତି କ୍ରମେ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ର ଅଧ୍ୟକ୍ଷ ର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ଆମ ଅନୁଷ୍ଠାନ ତଥା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା। ଅନୁଷ୍ଠାନ ର ସୁଖ ଦୁଃଖ ର ସାଥୀ ଭାବେ ସେ ସବୁ ବେଳେ ଜଡ଼ିତ ହୋଇ ରୁହନ୍ତି । ଏହା ଅନୁଷ୍ଠାନ ପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ କଥା। ଅନୁଷ୍ଠାନ ର ସଭାପତି ଅନୁଷ୍ଠାନ ର ଭିତ୍ତିଭୂମି ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଶେଷ ରେ ନୃତ୍ୟମ ଅନୁଷ୍ଠାନ ର ନିର୍ଦ୍ଦେଶକ କ୍ରିଷ୍ଣା ଡ଼ିକେ ସଚେତନତା ଧର୍ମୀ ଚଳଚ୍ଚିତ୍ର ଅଙ୍ଗୀକାର କୁ ପୌର ଅଧ୍ୟକ୍ଷ ସୁବାସ ପୋଲାଇ ଙ୍କୁ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା କଳାକାର ଙ୍କୁ ଉତ୍ସାହିତ କରିବା । ଶେଷ ରେ ସୁବାସ ପୋଲାଇ ପ୍ରତିଶୃତି ଦେଇଛନ୍ତି ନୃତ୍ୟମ ର ଏକ ସ୍ବତନ୍ତ୍ର ଭିତି ଭୂମି ପାଇଁ।