ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ଜାଦେଜା ଓ ଅକ୍ଷରଙ୍କ ପଦୋନ୍ନତି

0

ମୁମ୍ବାଇ: ପ୍ରକାଶ ପାଇଲା ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ସଦସ୍ୟ ତାଲିକା । ବର୍ଡର ଗାଭାସ୍କର ଟ୍ରଫିରେ ପ୍ଲେୟାର୍ ଅଫ୍ ଦି ସିରିଜ୍ ବିବେଚିତ ରବୀନ୍ଦ୍ର ଜାଦେଜାଙ୍କୁ ଏଲିଟ୍ ଗ୍ରେଡ୍-ଏ ପ୍ଲସକୁ ପଦୋନ୍ନତି ମିଳିଛି। ଅକ୍ଷର ପଟେଲ ଗ୍ରେଡ୍-ଏକୁ ଉଠିଛନ୍ତି। ଖରାପ ଫର୍ମ କାରଣରୁ କେଏଲ୍ ରାହୁଲ ଗ୍ରେଡ୍-ବିକୁ ଖସିଯାଇଛନ୍ତି। ଭୁବନେଶ୍ବର କୁମାର, ଅଜିଙ୍କ୍ୟା ରାହାଣେ ଇଶାନ୍ତ ଶର୍ମା ଚୁକ୍ତିର ବାଦ୍ ପଡିଛନ୍ତି। ଫଳରେ ଏମାନଙ୍କ ଜାତୀୟ ଦାୟିତ୍ବ ଶେଷ ହୋଇଗଲା ବୋଲି ଧରିନେବାକୁ ପଡ଼ିବ। ଦୁର୍ଘଟଣାରେ ପଡ଼ି ଦଳଠାରୂ ଦୂରେଇ ରହିଥିବା ଋଷଭ ପନ୍ତ୍ କିନ୍ତୁ ଗ୍ରେଡ୍-ଏ ଚୁକ୍ତି ବଜାୟ ରଖିଛନ୍ତି।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିଖା:
ଗ୍ରେଡ୍- ଏ+ (୭ କୋଟି): ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା।
ଗ୍ରେଡ୍- ଏ (୫ କୋଟି): ହାର୍ଦିକ ପାଣ୍ଡ୍ୟା, ଆର୍ ଅଶ୍ବିନ, ମହମ୍ମଦ ସାମି, ଋଷଭ ପନ୍ତ, ଅକ୍ଷର ପଟେଲ୍।
ଗ୍ରେଡ୍- ବି (୩ କୋଟି): ଚେତେଶ୍ବର ପୂଜାରା, କେଏଲ୍ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ୟ୍ୟକୁମାର ଯାଦବ, ଶୁବମନ ଗିଲ୍।
ଗ୍ରେଡ୍- ସି (୧ କୋଟି): ଉମେଶ ଯାଦବ, ଶିଖର ଧାୱନ, ଶାର୍ଦୁଳ ଠାକୁର, ଈଶାନ କିଶନ, ଦୀପକ ହୁଡ଼ା, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ସଂଜୁ ସାମସନ୍, ଅର୍ଶଦୀପ ସିଂହ, କେଏସ୍ ଭରତ।