ପ୍ରପେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ

0

ଆସିକା /କମଳିନୀ ହୋତା :ମୁସଲମାନ ସମ୍ପ୍ରଦାୟର ଗୁରୁ ତଥା ଭଗବାନ ପ୍ରପେଟ ମହମ୍ମଦ ଙ୍କ ଜନ୍ମ ଦିନଟିକୁ ଆସିକା ଜାମିୟା ମସଜିଦ ଠାରେ ମୁସଲମାନ ସମ୍ପ୍ରଦାୟ ଭକ୍ତଙ୍କ ଦ୍ୱାରା ଅତି ଧୁମଧାମ ର ସହିତ ପାଳିତ ହୋଇଛି । ଆଜି ଭୋର ୫ଟାରେ ସମସ୍ତ ଭକ୍ତ ଜାମିୟା ମସଜିଦ ଠାରେ ପହଞ୍ଚି ନମାଜ ପାଠ କରିଥିଲେ । ପରେ ପରେ ଦିନ ୯ଘଣ୍ଟା ସମୟରେ ମସଜିଦ ସମ୍ପାଦକ ସାଜିଦ ରୋଜାଙ୍କ ଅଧକ୍ଷତାରେ ଭକ୍ତଙ୍କ ଏକ ଜୁଲୁସ ବାହାରି ବିଭିନ୍ନ ପ୍ରକାର ନାରା ସହ ସାରା ସହର ପରିକ୍ରମା କରିଥିଲେ । ଏହି ପରିକ୍ରମା ସମୟରେ ରେ ସଂଘର ସଭ୍ୟ ଅଲତାଫ ସରିଫ, ମେହେମୁଦ ସରିଫ୍, ତାଜ ସରିଫ୍, ହୁସେନ୍ ସରିଫ୍, ଏସକେ ଅଲି, ମୋଇନ୍ ରାଜା, ଓ୍ବାଲି ମହମଦ୍, ରାଆଜ ମହମଦ୍,ହୁସେନ ଖାନ୍, ଏସକେ ଅଲସାମ୍, ଇଥୁ ଖାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।