ନ୍ୟାସନାଲ ହେରାଲ୍ଡ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍

0

ନୂଆଦିଲ୍ଲୀ : କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପକ୍ଷରୁ ଚଢ଼ଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ଇଡି ଏହି ନ୍ୟୁଜ୍ ପେପର୍ ଅଫିସ ସମେତ ଦିଲ୍ଲୀ ଓ କୋଲକାତାର ୧୨ଟି ସ୍ଥାନରେ ଚଢ଼ାଉ କରିଛି।

ସେହିପରି  ଅଫିସ ଉପରେ ଚଢ଼ଉ ବେଳେ କେବଳ ସୁରକ୍ଷାକର୍ମୀଙ୍କ ବ୍ୟତିତ ଆଉ କେହି ନଥିଲେ ବୋଲି ଜଣା ପଡିଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ଅ ଧିଗ୍ରହଣ ସହ ଜଡିତ ଥିବା “ନ୍ୟାସନାଲ ହେରାଲ୍ଡ ମାମଲା” ରେ ଗାନ୍ଧୀ ପରିବାରକୁ ପ୍ରଶ୍ନ କରାଯାଇଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆନର ସମ୍ପତ୍ତିରେ ୮୦୦ କୋଟିରୁ ଅଧିକ ଟଙ୍କାର ହେର୍ଫେର୍ କରିଛି।

ଆୟକର ବିଭାଗର ସୂଚନାନୁସାରେ, ୟଙ୍ଗ ଇଣ୍ଡିଆର ଶେଆର ହୋଲ୍ଡର ଭାବେ ଏଥିରେ ସୋନିଆ ଗାନ୍ଧୀ ଏବଂ  ରାହୁଲ ଗାନ୍ଧି ଜଡିତ ଅଛନ୍ତି, ଯେଉଁଥିପାଇଁ ସେମାନେ ଟିକସ ଦେବେ।ତେବେ ପୂର୍ବରୁ ମଧ୍ୟ ଅନେକ ଥର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରିଛନ୍ତି |