ବୀରମହାରାଜପୁରରେ ଦେହ ବ୍ୟବସାୟ; ଦେହଜୀବୀଙ୍କ ସହ ୨ ଗିରଫ

0

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରେ ଧରା ପଡିଛି ସେକ୍ସ ରାକେଟ । ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ତରଫରୁ ଚଢାଉ କରାଯାଇ ୨ ଦେହଜୀବୀଙ୍କ ସହ ୨ ଯୁବକଙ୍କୁ ଗିରଫ କରଯାଇଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବୀରମହାରାଜପୁର ଛକରୁ ୨ ଜଣ ଯୁବତୀ ଏବଂ ୨ ଜଣ ଯୁବକଙ୍କୁ ସନ୍ଦେହଘେରକୁ ଆସିଥିଲେ । ତେଣୁ ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା ପୋଲିସ । ତେବେ ତଦନ୍ତ ସମୟରେ ସମସ୍ତେ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଉଦ୍ଧାର ହୋଇଥିବା ୨ ଜଣ ଯୁବତୀ ଭୁବନେଶ୍ଵର ଅଞ୍ଚଳର ବୋଲି ଜଣାପଡ଼ିଛି । ସେହି ଯୁବତୀମାନଙ୍କୁ ଭୁବନେଶ୍ୱରରୁ ଆଣି ବୀରମହାରାଜପୁରରେ ଦେହ ବ୍ୟବସାୟ କରାଯାଉଥିବା ଜଣାପଡ଼ିଛି । ତେବେ ଏଥିରେ ଗିରଫ ହୋଇଥିବା ଯୁବକ ଦ୍ୱୟ ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ଦୀପକ ମିଶ୍ର ଏବଂ ସୁବଳୟା ଗ୍ରାମର ସୁରେଶ ମେହେର ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। ପୋଲିସ ଏନେଇ ୧୮୮/୨୧ରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।