ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ

0

ନୂଆଦିଲ୍ଲୀ : ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ଅଲ ଇଣ୍ଡିଆ କୋଟା ଯୋଜନାରେ ଓବିସି ପାଇଁ ୨୭% ସଂରକ୍ଷଣ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀପାଇଁ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ମେଡିକାଲ ଓ ଡେଣ୍ଟାଲ ଶିକ୍ଷାରେ ଏହି ସଂରକ୍ଷଣ ମିଳିବା ସହିତ ଏହା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ ।