ପିପିଲି ବିଜେପି ଯୁବମୋର୍ଚ୍ଚା ତରଫରୁ ଥାନା ସମ୍ମୁଖରେ ବିକ୍ଷୋଭ

0

ଜୟନ୍ତ କୁମାର ସେଠୀ/ଗୋପ : ସାରା ରାଜ୍ୟରେ ମାହଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଓ ସମସ୍ତ ଅପରାଧୀଙ୍କୁ ଗିରଫ ଦାବୀରେ ପ୍ରତ୍ୟେକ ଥାନା ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରାଯାଉଥିବା ବେଳେ ପିପିଲିରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପିପିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କଲେ ବିଜେଡି ମଣିଷ ମାରିବାକୁ ମଧ୍ୟ ପଛାଉନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ପିପିଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ପ୍ରତିବାଦ କାର୍ୟ୍ୟକ୍ରମରେ ଶତାଧିକ ଯୁବ ବିଜେପି କର୍ମୀ ନାରାବାଜି କରିଥିଲେ । ଏହି ବହୁ ଚର୍ଚିତ ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଛି ଏବଂ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ଦାବୀ କରିଛି ପିପିଲି ବିଜେପି ଯୁବମୋର୍ଚ୍ଚା ।

Edit by Sushree Biswajeeta