ଦଲାଲ ମୁକ୍ତ ହେବ ସରକାରୀ ଡାକ୍ତରଖାନା

0

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):- ସରକାରୀ ମେଡିକାଲ ରେ ଦଲାଲ ରାଜ ରୋକିବାକୁ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କୁ ସରକାରୀ ମେଡିକାଲରୁ ଘରୋଇ ମେଡିକାଲ ନେବାରେ ନିୟୋଜିତ ଦଲାଲଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଧେଶ ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏନେଇ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଏବଂ ଅନ୍ୟ ସରକାରୀ ମେଡିକାଲ କଲେଜ ର ପ୍ରିନ୍ସପାଲ, ନିର୍ଦ୍ଧେଶକ ଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଶାଳିନ ପଣ୍ଡିତ ।ଦଲାଲ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଏହା ସହ ଦଲାଲ ଙ୍କ ସମ୍ପର୍କରେ ଥିବା ସରକାରୀ କର୍ମଚାରୀ ଙ୍କ ଉପରେ ମଧ୍ୟ ନଜର ରଖିବାକୁ ତାଗିତ କରିଛନ୍ତି ।

ଯେଉଁ ସବୁ ସରକାରୀ ମେଡିକାଲ କଲେଜ, ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ଅଧିକ ସଂଖ୍ୟକ ରୋଗୀ ଆସୁଛନ୍ତି ସେ ସବୁ ସ୍ଥାନରେ ଅଧିକ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଘରୋଇ ହସ୍ପିଟାଲ ରେ ମାଗଣାରେ ଚିକିତ୍ସା କରାଇଦେବାର ପ୍ରତିଶୃତି ଦେଇ ଦଲାଲ ସେମାନଙ୍କୁ ଘରୋଇ ହସ୍ପିଟାଲ କୁ ପଠାଉଛନ୍ତି । ଏଥିଲାଗି ସରକାରୀ ଚିକିତ୍ସା ଲୟ ରେ କାର୍ଯ୍ୟରତ ଡାକ୍ତର, ପାରାମେଡିକାଲ ଷ୍ଟାଫ ସହିତ ଅନ୍ୟ କର୍ମଚାରୀ ଏଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ଏଭଳି କିଛି ସନ୍ଦିଗ୍ଧ ଦଲାଲ ନଜରକୁ ଆସିଲେ ନିକଟ ପୋଲିସ ଷ୍ଟେସନରେ ତୁରନ୍ତ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।ନିକଟରେ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ ରୁ ଏକ ବଡ଼ ଧରଣର ଦଲାଲ ରାକେଟ କୁ ଗିରଫ କରାଯାଇଥିଲା ।