ଭାରତ ଫାଇନାନ୍ସ ବିରୋଧରେ ଗଣଧାରଣା

0

ଗୋପ /ଜୟନ୍ତ ସେଠୀ : ଜାତୀୟ ଦଳିତ ଆଦିବାସୀ ମାଇନର ଟି ମହାସଂଘ ପକ୍ଷରୁ ଗଣଧାରଣା। ପୁରୀ ଜିଲ୍ଲା ପିପିଲି ପୁରୁଣା ବରଫ ଫ୍ୟାକଟ୍ରି ଭାରତ ଫାଇନାନ୍ସ କମ୍ପାନୀ ବିରୋଧରେ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଦୁଇ ଦଫା ପ୍ରତିବାଦରେ ଗଣଧାରଣା ଦେଇଛନ୍ତି ସମ୍ପୃକ୍ତ ବିକ୍ଷୋଭକାରୀ । ପ୍ରଥମତଃ ଭାରତ ଫାଇନାନ୍ସ ଗରିବ ଲୋକଙ୍କୁ ଜବରଦସ୍ତ ଋଣ ଦେଇ ସେମାନଙ୍କୁ ଶୋଷଣ କରୁଛି ଏବଂ ପିପିଲି ନୂଆହାଟ ଘଇଉ ୧୧ନମ୍ୱର ର ଭଗଚାଷୀ ସୁଦର୍ଶନ ବେହେରା ଙ୍କ ୮୫ ଡ଼ିସିମିଲି ଧାନ ବିଲକୁ କିଛି ଦୁର୍ବୁତ୍ତ ଘାସମରା ପକାଇ ବିଲକୁ ସମ୍ପୂର୍ଣ ଜାଳି ଦେଇଛନ୍ତି । ଭାରତ ଫାଇନାନ୍ସ ଅଫିସ ଆଗରେ ଏକ ଧାରଣା ଦେବା ସହିତ ସେଠାରୁ ଏକ ବିରାଟ ପଦଯାତ୍ରା ରେ ଆସି ପିପିଲି ଝଊଚଙ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପିପିଲି ଝଊଚଙ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ବିକ୍ଷୋଭକାରୀମାନେ କହିଛନ୍ତି ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନ କରାଯାଏ ତେବେ ଏହି ଆନ୍ଦୋଳନ ଆହୁରି ସକ୍ରିୟ ହେବ ।