ଲକଡାଉନରେ ଲୋକଙ୍କ ସେବାରେ ବିଧାୟିକା

0

(ହର ପ୍ରସାଦ ବିଷୋଇ / ଗଞାମ) ; ସମଗ୍ର ଦେଶ କରୋନାର ଦ୍ୱତୀୟ ଲହରୀରେ ଆତଙ୍କିତ ହୋଇପଡିଥିବା ସହ ଲକଡାଉନ ପରିସ୍ଥିତି ଦେଇ ଗତି କରୁଛି | ରାଜ୍ୟ ସରକାର କରୋନା ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ସହ ସଚେତନତା କରୁଛନ୍ତି | ଏହାରି ଭିତରେ ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ କିଛି କମ ନୁହନ୍ତି | କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କର ଦୈନନ୍ଦିନ ଜୀବନ ବେଶ ବ୍ୟସ୍ତବହୁଳ । ସବୁବେଳେ ଲୋକଙ୍କ ନାନା କଥାବ୍ୟଥାକୁ ନେଇ ସେ ବ୍ୟସ୍ତ ରହିଥାନ୍ତି । ରାଜଧାନୀରେ ରହଣିଠୁ ଆରମ୍ଭ କରି ନିଜ ନିର୍ବାଚନମଣ୍ଡଳୀରେ ରହୁଥିବା ସମୟରେ ସବୁବେଳେ ତାଙ୍କର ଏହି ସ୍ଥିତି । ଲୋକଙ୍କ ସୁବିଧା, ଅସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ଅଧାପନ୍ତରିଆ କାମକୁ ତ୍ୱରାନ୍ୱିତ କରେଇବା, ଅଧିକାଂଶ ସମୟ ସରକାର, ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ବିଧାନସଭାରେ ତାଙ୍କ ଦାବି ରଖନ୍ତି । କବିସୂର୍ୟ୍ୟନଗର ନିର୍ବାଚନମଣ୍ଡଳୀରେ ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କର ଭଲ ମନ୍ଦ କଥା ବୁଝନ୍ତି । ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା, ବିଭିନ୍ନଗାଁକୁ ଯାଇ ଲୋକଙ୍କ ସହ ମିଶିବା ସହ ସହରଠୁ ଆରମ୍ଭ କରି ଗାଁ ସ୍ତରରେ ଆୟୋଜନ କରାଯାଉଥିବା ବିଭିନ୍ନ ସଭାସମିତି, କର୍ମଶାଳା, ବୈଠକରେ ଯୋଗଦେଇ ସାରା ଦିନ ଲୋକଙ୍କ ପାଇଁ ବ୍ୟସ୍ତତା ଭିତରେ ଜୀବନ ବିତାଇବାରେ ଆନନ୍ଦ ପାଉଥିବା ବିଧାୟିକା ଏଭଳି ମହାମାରୀ ସମୟରେ ମଧ୍ୟ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝିବା ସହ ସଚେତନତା କରୁଛନ୍ତି | ଏବଂ ପରିବାର ସହ ମିଶି ସରକାରଙ୍କ ଲକ ଡାଉନ ନିୟମକୁ ମଧ୍ୟ ପାଳନ କରୁଥିବା ବେଳେ ଲୋକଙ୍କ ସେବାକୁ ଛାଡିନାହାନ୍ତି । ଘରେ ରହିବା ସମୟରେ ମଧ୍ୟ ଭୁଲି ନାହାନ୍ତି ଲୋକଙ୍କ କଥା ପ୍ରତ୍ୟେକ ଦିନ ଫୋନରେ ଯୋଗାଯୋଗ କରି ବିକାଶକୁ ତ୍ବରାନ୍ବିତ କରିବା ସହ ।ଏ ଘଡିସନ୍ଧି ସମୟରେ ସମାଜକୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି । ଫୋନ ମାଧ୍ୟମରେ ବିଜୁ ଜନତା ଦଳର କର୍ମକର୍ତ୍ତା,ସ୍ବେଛାସେବୀ ସଂଗଠନ ଓ ଲୋକଙ୍କୁ ଫୋନ କରି କରୋନା ବିଷୟରେ ସଚେତନ କରିବା ସହ ମାସ୍କ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା ଓ ସରକାରଙ୍କ ନିୟମକୁ ପାଳନ କରିବା ସହ ସାମର୍ଥ୍ୟ ମୁତାବକ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି | ଏଥିସହ ଲୋକଙ୍କୁ ମେଡିକାଲ ସୁବିଧା ଯୋଗାଇବା ପାଇଁ ମଧ୍ୟ ଆଗେଇ ଆସି ବିଭିନ୍ନ ଲୋକଙ୍କୁ ଫୋନ ମାଧ୍ୟମରେ ସାହାଯ୍ୟର ହାତ ବଢା଼ଉ ଛନ୍ତି | ଏହି ଦୃଷ୍ଟିରୁ ଲକ ଡାଉନ ସମୟରେ ଘରେ ବସିରହିବା ଆମକୁ ବିଚଳିତ ଲାଗି ପାରେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ କୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସାମାଜିକ ଦୂରତ୍ବ, ସଂଗରୋଧକୁ ମାନିବାକୁ ହେବ ବୋଲି ବିଧାୟକ କହୁଛନ୍ତି । ଏଭଳି ସ୍ଥିତିରେ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ତ କଥା ବୁଝିବା ସହ ସରକାରଙ୍କ ନିୟମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି | ସକାଳୁ ଫୋନ ଯୋଗେ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଏଭଳି ସମୟରେ ମଧ୍ୟ ଅଞ୍ଚଳ ବାସୀଙ୍କ ପାଖରେ ରହି ସେମାନଙ୍କ କଥା ବୁଝୁଥିବା ଏକ ପ୍ରଶଂସନୀୟ ହୋଇପାରିଛି |